ବିନା ପଞ୍ଜୀକରଣରେ ଚାଲିଥିଲା ଧାନକଟା ମେସିନ, ଲକ୍ଷେ ଜୋରିମାନା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଘଟଣା। ବିନା ପଞ୍ଜୀକରଣରେ ଚାଲୁଥିବା ଏକ ଧାନ ଅମଳକାରୀ ଯାନ ଧରାପଡିଛି। ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ (ଆର୍‌ଟିଓ-୧)ଙ୍କ ପକ୍ଷରୁ ଏହି ଧାନ କଟା ମେସିନ୍‌ ଉପରେ ୧,୦୫,୦୦୦ (ଏକ ଲକ୍ଷ ୫ ହଜାର) ଟଙ୍କା ଜୋରିମାନା କରାଯାଇଛି। ବିନା ପଞ୍ଜୀକରଣରେ ଚାଲୁଥିବା ଏହି ମେସିନ୍‌କୁ ଜବତ କରାଯାଇ ଡ୍ରାଇଭିଂ ଟେଷ୍ଟିଂ ପଡିଆରେ ରଖାଯାଇଛି। ରାଜ୍ୟରେ ପ୍ରଥମ ଥର ଲାଗି କୌଣସି ଗାଡ଼ିକୁ ଗୋଟିଏ ମୋଟର ଯାନ ଆଇନର ଧାରାରେ ୧ ଲକ୍ଷ ଟଙ୍କା ଜୋରିମାନା କରାଯିବା ଘଟଣା ବୋଲି ଜଣେ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଶୁକ୍ରବାର ସଂଧ୍ୟାରେ ଓଏମ୍‌ଭିଡିର ଇନ୍ସପେକ୍ଟର ରଞ୍ଜନ ଦୋରାଙ୍କ ନେତୃତ୍ବରେ ଏକ ଟିମ୍‌ ଜାତୀୟ ରାଜପଥ ନଂ-୧୬ର କ୍ରାଉନ୍‌ ହୋଟେଲ୍‌ ନିକଟରେ ବିନା ପରିମିଟ୍‌ରେ ଚାଲୁଥିବା ବସ୍‌କୁ ଯାଞ୍ଚ କରୁଥିବା ବେଳେ ୬ଟି ଧାନ ଅମଳକାରୀ ମେସିନ୍‌ ବରମୁଣ୍ଡାରୁ ବାଣୀବିହାର ଆଡକୁ ଯାଉଥିବା ଦେଖି ସେସବୁ ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ବରଗଡ଼ରୁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଧାନ କାଟିବାକୁ ଆସିଥିବା ଏସବୁ ମେସିନ୍‌ର କାଗଜପତ୍ର ଯାଞ୍ଚ କରାଯିବା ବେଳେ ଅନେକ ତ୍ରୁଟି ଦେଖିବାକୁ ମିଳିଥିଲା। ୫ଟି ଧାନକଟା ମେସିନ୍‌ ଟ୍ରାକ୍ଟର ନାମରେ ପଞ୍ଜୀକରଣ କରାଯାଇ ଚାଲୁଥିବା ଜଣାପଡିଥିଲା। ଏସବୁ ଗାଡ଼ିଗୁଡ଼ିକୁ ଜୋରିମାନା କରାଯାଇଥିଲା। ତେବେ ଏହା ମଧ୍ୟରେ

ଏକ ନୂଆ ଧାନକଟା ମେସିନ୍‌ରେ କୌଣସି ନମ୍ବର ନ ଥିଲା। ଗାଡ଼ି ଚାଳକଙ୍କ ପାଖରେ କୌଣସି କାଗଜପତ୍ର ନ ଥିଲା। ବିନା ପଞ୍ଜୀକରଣରେ ଏହି ମେସିନ୍‌ ବରଗଡ଼ରୁ ଭୁବନେଶ୍ବରକୁ ଆସିଥିବା ଜଣାପଡିଥିଲା। ବିନା ପଞ୍ଜୀକରଣରେ ଚାଲୁଥିବା ଏହି ଗାଡ଼ିକୁ ମୋଟର ଯାନ ଆଇନ୍‌ର ଧାରା ୧୯୨ରେ ୫,୦୦୦ ଟଙ୍କା ଜୋରିମାନା କରାଯାଇଥିବା ବେଳେ ବିନା ନମ୍ବରରେ ଡିଲର ଗାଡ଼ିକୁ ବିକ୍ରି କରିଥିବାରୁ ନିର୍ମାତା ଓ ଡିଲର ଆଇନ ଉଲ୍ଲଘଂନ କରିଥିବାରୁ ଏନେଇ ମୋଟର ଯାନ ଆଇନ୍‌ର ଧାରା ୧୮୧(କ)ରେ ୧,୦୦,୦୦୦ ଟଙ୍କା ଜୋରିମାନା କରାଯାଇଛି।
ଲକ୍ଷେ…

Comments are closed.