ଦେଶୀୟ ଜ୍ଞାନକୌଶଳରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବ ସଂଶୋଧିତ ନିର୍ଦ୍ଦେଶାବଳୀ

ଜାହାଜ ଚଳାଚଳ ମନ୍ତ୍ରଣାଳୟ ‘ରାଇଟ ଅଫ ଫାଷ୍ଟ ରିଫ୍ୟୁଜାଲ ଲାଇସେନସିଙ୍ଗ’ ସର୍ତ୍ତାବଳୀରେ ସଂଶୋଧନ କରିଛି। ଭାରତରେ ଜାହାଜ ନିର୍ମାଣରେ ବିକାଶ ଆଣିବା ଲକ୍ଷ୍ୟରେ ଏହା କରାଯାଇଛି। ଏହି ନୂଆ ସଂଶୋଧିତ ନିର୍ଦ୍ଦେଶାବଳୀ ଦେଶୀୟ ଜ୍ଞାନକୌଶଳରେ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବ। ଏହା ମଧ୍ୟ ଦେଶୀୟ ଜାହାଜ ନିର୍ମାଣ ଶିଳ୍ପକୁ ସହାୟତା କରିବା ସମେତ ଏ କ୍ଷେତ୍ରରେ ଉନ୍ନତି ଆଣିପାରିବ।

ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମାଣ୍ଡବିୟ କହିଛନ୍ତି, ଦେଶରେ ଜାହାଜ ନିର୍ମାଣର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଦୁରଦୃଷ୍ଟି ଅନୁଯାୟୀ ପଦକ୍ଷେପ ନିଆଯାଉଛି। ସେ କହିଛନ୍ତି, ଏହି ନିୟମରେ ସଂଶୋଧନ ଆତ୍ମନିର୍ଭର ଜାହାଜ ନିର୍ମାଣ ଦିଗରେ ଏକ ବଡ଼ ପଦକ୍ଷେପ।

Comments are closed.