ପୋତି ହୋଇ ଯାଉଛି ବିଶ୍ରାମଗାର, ପୁନଃନିର୍ମାଣ ପାଇଁ ସ୍ଵର ଉଠିଲା

ପାଟଣା : ୨୨୦ ନଂ ଜାତୀୟ ରାଜପଥ କଡ ମୂଷାଖୋରି ପଞ୍ଚାୟତ ଦକ୍ଷୀଣପଶି ହାଟ ନିକଟରେ ରାସ୍ତାକୁ ଲାଗି ଏକ ବିଶ୍ରାମଗାର ବହୁ ଦିନରୁ ରହିଥିଲା। ତେବେ ଜାତୀୟ ରାଜପଥ ସଂପ୍ରସାରଣ ସହ ରାସ୍ତାର ଉଚ୍ଚତା ବୃଦ୍ଧି ପାଇବାରୁ ଏହି ବିଶ୍ରାମଗାର ଟି  ପୋତି ହୋଇଯାଇଛି। ଯାହା ଫଳରେ ମୂଷାଖୋରି ଖମୁଆଁ ଆଦି ଆଖପାଖ ଗ୍ରାମରୁ ଏଠାକୁ ଆସି ବସ ଧରୁଥିବା ଯାତ୍ରୀମାନେ ବିଶ୍ରାମଗାର ସୁବିଧା ପାଇ ପାରୁ ନାହାନ୍ତି । ଏହି ପରିତ୍ୟକ୍ତ ବିଶ୍ରାମଟି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ହୋଇଥିବା ଦେଖା ଯାଉଛି । ରାସ୍ତା ନିର୍ମାଣ କାରୀ କମ୍ପାନୀ ବିଶ୍ରାମ ଗାର ପୁନଃନିର୍ମାଣ ପାଇଁ ମନ ଦେଉନଥିବାରୁ ପଞ୍ଚାୟତ ପକ୍ଷରୁ ଏହା ପୁନଃନିର୍ମାଣ ପାଇଁ ସ୍ବର ଉଠିଛି ।

Comments are closed.