କ୍ରୀଡା ପୁରସ୍କାର ରାଶି ତିନି ଗୁଣ ବୃଦ୍ଧି : ଜାଣନ୍ତୁ କେଉଁ ପୁରସ୍କାର ପାଇଁ ମିଳିବ କେତେ?

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ୟ୍ୟକାଳରେ ଜାତୀୟ କ୍ରୀଡ଼ା ପୁରସ୍କାରର ରାଶିରେ ସାମାନ୍ୟ ବୃଦ୍ଧି କରାଯାଇଥିଲା। କିନ୍ତୁ ମୋଦୀ-୨.୦ରେ ଏହି ପୁରସ୍କାର ରାଶିକୁ ତିନି ଗୁଣ ବୃଦ୍ଧି କରିବା ପାଇଁ ଯୋଜନା ହେଉଛି। ଜାତୀୟ କ୍ରୀଡ଼ା ପୁରସ୍କାରର ରାଶିରେ ବିପୁଳ ବୃଦ୍ଧି ପାଇଁ କ୍ରୀଡା ମନ୍ତ୍ରଣାଳୟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି। ଜ୍ଝ
ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ପୁରସ୍କାର ରାଶି ୧୦ କିମ୍ବା ୨୦ ନୁହେଁ ୭୦ ପ୍ରତିଶତ ବୃଦ୍ଧି କରାଯାଉଛି। ଏହା ହେଉଛି, ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଯେଉଁଥିପାଇଁ ପୂର୍ବରୁ ଖେଳାଳିଙ୍କୁ ସାଢେ ୭ଲକ୍ଷ ଟଙ୍କା ଦିଆଯାଉଥିଲା। ଏବେ ଏହାକୁ ତିନିଗୁଣ ବୃଦ୍ଧି କରାଯାଇଛି। ଏବେ ୨୫ ଲକ୍ଷ ଟଙ୍କା ଦେବାପାଇଁ ପ୍ରସ୍ତୁତି ଚାଲିଛି। ଏନେଇ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଖୁବଶୀଘ୍ର ଘୋଷଣା କରିବାକୁ ଥିବା ସୂଚନା ମିଳିଛି।
ଅର୍ଜୁନ ପୁରସ୍କାର ତିନି ଗୁଣ ବୃଦ୍ଧି ପାଇବ
ସମ୍ମାନଜନକ ଅର୍ଜୁନ ପୁରସ୍କାରର ପୁରସ୍କାର ରାଶି ମଧ୍ୟ ତିନିଗୁଣ ବୃଦ୍ଧି ହେବାକୁ ଯାଉଛି। ଏହି ପୁରସ୍କାର ପାଇଁ ଖେଳାଳିଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଉଥିଲା, କିନ୍ତୁ ଏବେ ଏହି ପରିମାଣକୁ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। ଜାତୀୟ କ୍ରୀଡ଼ା ପୁରସ୍କାରର ପୁରସ୍କାର ରାଶି ବହୁତ କମ୍ ଅଟେ ବୋଲି ପୂର୍ବରୁ ଖେଳାଳିମାନଙ୍କ ପକ୍ଷରୁ ପୂର୍ବରୁ ଅଭିଯୋଗ ହୋଇଥିଲା। ତେବେ ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ପୁରସ୍କାର ରାଶିରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।
କେବଳ ଏତିକି ନୁହେଁ, ଧାନଚାନ୍ଦ ପୁରସ୍କାର ଏବଂ ଲାଇଫ୍ ଟାଇମ୍ ଦ୍ରୋଣାଚାର୍ୟ୍ୟ ପୁରସ୍କାରର ପୁରସ୍କାର ରାଶି ମଧ୍ୟ ତିନି ଗୁଣ ବୃଦ୍ଧି କରାଯାଉଛି। ଏହି ପୁରସ୍କାର ପାଇଁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିଲା, କିନ୍ତୁ ବର୍ତ୍ତମାନ ଏଥିପାଇଁ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

Comments are closed.