ପିଏମ ସ୍ୱନିଧି ଯୋଜନା ହିତାଧିକାରୀଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶରୁ ପିଏମ ସ୍ୱନିଧି ଯୋଜନାର ହିତାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ କଥାବାର୍ତ୍ତା କରିବେ। ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। କୋଭିଡ-୧୯ ଦ୍ୱାରା ପ୍ରଭାବିତ ରାସ୍ତାକଡ ବିକ୍ରେତାଙ୍କୁ ସେମାନଙ୍କ ବ୍ୟବସାୟ ପୁଣି ଆରମ୍ଭ କରିବାକୁ ଚଳିତ ବର୍ଷ ଜୁନ ୧ରେ ପିଏମ ସ୍ୱନିଧି ଯୋଜନା ଆରମ୍ଭ କରାଯାଇଥିଲା।

ଆଜି ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ୨୪ ଲକ୍ଷରୁ ଅଧିକ ଆବେଦନ ଗ୍ରହଣ କରାଯାଇଥିବା ବେଳେ, ୧୨ ଲକ୍ଷରୁ ଅଧିକ ଆବେଦନ ମଞ୍ଜୁର ହୋଇଛି ଏବଂ ପ୍ରାୟ ୫.୩୫ ଲକ୍ଷ ଋଣ ପ୍ରଦାନ କରାଯାଇଛି। କେବଳ ଉତ୍ତରପ୍ରଦେଶରେ ୬ ଲକ୍ଷରୁ ଅଧିକ ଆବେଦନପତ୍ର ଦାଖଲ କରାଯାଇଛି ଓ ସେଥିମଧ୍ୟରୁ ପ୍ରାୟ ୩ ଲକ୍ଷରୁ ଅଧିକ ଆବେଦନ ମଂଜୁର କରାଯାଇ ଋଣ ପ୍ରଦାନ କରାଯାଇଛି।

Comments are closed.