୨ଟି ରେଳ ପ୍ରକଳ୍ପର ଆଜି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅହମ୍ମଦାବାଦ୍‍ ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍‍-୨ ଏବଂ ସୁରତ୍‍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜନ କରିବେ। ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକ ଏହିସବୁ ସହରଗୁଡ଼ିକୁ ପରିବେଶ ଅନୁକୂଳ ମାସ୍‍ ରାପିଡ୍‍ ଟ୍ରାନଜିଟ୍‍ ପ୍ରଣାଳୀ ଉପଲବ୍ଧ କରାଇବ।

ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଫେଜ-୨ ୨୮.୨୫କିଲୋମିଟର ବିଶିଷ୍ଟ ଏବଂ ଏଥିରେ ଦୁଇଟି କରିଡର ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ୫ ହଜାର ୩୮୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସୁରତ ମେଟ୍ରୋ ରେଳ ପ୍ରକଳ୍ପର ଲମ୍ବ ୪୦.୩୫ କିଲୋମିଟର ଏବଂ ଏଥିରେ ମଧ୍ୟ ଦୁଇଟି କରିଡର ରହିଛି। ଏହି ପ୍ରକଳ୍ପ ପାଇଁ ୧୨ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

Comments are closed.