ଜବାବ ଦେଇଛି ଭାରତ, ଚୀନ୍‌ ବିମାନରେ ୧୦ ଘଣ୍ଟା ବିତାଇଲେ ପାଇଲଟ୍‌

ଜୟପୁର: କରୋନା ଆଳରେ ଭାରତର ଦୁଇଟି ପଣ୍ୟବାହୀ ଜାହାଜଙ୍କୁ ଚୀନ ନିଜର ସମୁଦ୍ର କୂଳରେ ଦୀର୍ଘ ପ୍ରାୟ ଦୁଇ ମାସ କାଳ ଅଟକାଇ ରଖିବାର ଜବାବ ଦେଇଛି ଭାରତ। ରାଜସ୍ଥାନର ଜୟପୁର ନିକଟ ସାଙ୍ଗନେର ବିମାନବନ୍ଦରରେ ଚୀନ ବିମାନ ହଟହଟା ହୋଇଛି। ପାଇଲଟ ଓ ଅନ୍ୟ କର୍ମଚାରୀଙ୍କୁ ଦୀର୍ଘ ୧୦ ଘଣ୍ଟା ବିମାନ ଭିତରେ ବିତାଇବାକୁ ପଡ଼ିଛି। ସୂଚନାନୁଯାୟୀ, ଚୀନ୍‌ର ସିଚୁଆନ ଏୟାର ଲାଇନ୍ସର ଏକ କାର୍ଗୋ ବିମାନ ଦିଲ୍ଲୀ ଯିବା ରାସ୍ତାରେ ଶୁକ୍ରବାର ଖରାପ ପାଗ ଯୋଗୁଁ ସାଙ୍ଗନେର ବିମାନବନ୍ଦରରେ ଅବତରଣ କରିଥିଲା। ସୁରକ୍ଷାଗତ କାରଣ ଦର୍ଶାଇ ବିମାନବନ୍ଦର କର୍ତ୍ତୃପକ୍ଷ ୬ ପାଇଲଟ ଓ ଅନ୍ୟ କର୍ମଚାରୀଙ୍କୁ ବିମାନରୁ ତଳକୁ ଓହ୍ଲାଇବାକୁ ଅନୁମତି ଦେଇ ନ ଥିଲେ। ସେମାନେ ଦୀର୍ଘ ୧୦ ଘଣ୍ଟା ବିମାନରେ ବିତାଇଥିଲେ। ଶନିବାର ସକାଳେ ପାଗ ଉପଯୋଗୀ ହେବା ପରେ ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

Comments are closed.