ଖସି ପଡ଼ିଲା ଜାତୀୟ ପତାକା କିନ୍ତୁ ତଳେ ପଡିବା ପୂର୍ବରୁ ଧରିନେଲେ କର୍ମଚାରୀ

ନୀଳଗିରି: ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଷ୍ଟାଡିୟମ ପରିସରରେ ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ। ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। କୋଭିଡ଼ କଟକଣାକୁ ଲକ୍ଷ୍ୟ ରଖି ଏହି ଦିବସ ପାଳନ କରାଯାଇଥିଲା। କିନ୍ତୁ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ହଠାତ ତାହା ଛିଣ୍ଡି ତଳେ ଖସି ପଡ଼ିଥିଲା।

ସେଠାରେ ଉପସ୍ଥିତ ଥିବା ପୁଲିସ ଓ ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀମାନେ ଏହି ପତାକାକୁ ଧରି ନେଇଥିଲେ। କିଛି ସମୟ ପରେ ପୁନର୍ବାର ପତାକାକୁ ବାନ୍ଧି ଆଉ ଥରେ ପତାକା ଉତ୍ତୋଳନ କରାଯାଇଛି। ତେବେ ପତାକା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି।

Comments are closed.