କଦଳୀ ଚୋପାର କରାମତି

କଞ୍ଚା ଓ ପାଚିଲା କଦଳୀ ଉଭୟ ସ୍ବାସ୍ଥ୍ୟ ପାଇଁ ଭଲ। ଶରୀରକୁ ଶକ୍ତି ଯୋଗାଉଥିବା କଦଳୀ ଯେପରି ହିତକାରୀ, ଏହାର ଚୋପା ମଧ୍ୟ ବିଭିନ୍ନ କାମରେ ଆସେ। ଏବେଠାରୁ କଦଳୀ ଚୋପାକୁ ନ ଫିଙ୍ଗି ରୋଷେଇ ଘରେ ରଖନ୍ତୁ।

– ଛାତ ଉପରେ କିମ୍ବା ବାଲକୋନିରେ ଲଗାଇଥିବା କୁଣ୍ଡ ଗଛରେ କଦଳୀ ଚୋପା ଖାଦ ପରି କାମ କରେ। କିଛିଦିନ ଖରାରେ ଶୁଖାଇ ନଚେତ୍ ସେହିପରି ଚୋପାକୁ କୁଣ୍ଡରେ ରଖିଦେବେ। ଦେଖିବେ, ଆପଣଙ୍କ ଛୋଟ କୁଣ୍ଡରେ ମାସ କେଇଟାରେ ଫୁଲ ଭର୍ତ୍ତି ହୋଇଯିବ।
– ଉଭୟ ପାଚିଲା, କଞ୍ଚା କଦଳୀ ଚୋପାକୁ ରଖି ସେସବୁକୁ ଫୁଟା ପାଣିରେ ପକାନ୍ତୁ। ଭଲରେ ଫୁଟିବା ପରେ ସେଇ ପାଣିକୁ ଗଛରେ ଦେଲେ, ଦେଖିବେ ଗଛ ଭଲରେ ବଢ଼ିବା ସହ ଶୀଘ୍ର ଫୁଲ ଧରିବ।
– ପୋଟାସିୟମ୍, ଫସ୍‌‌ଫରସ୍‌ ଭରପୂର କଦଳୀ ଚୋପା ଗଛପତ୍ରରୁ ପୋକଜୋକ ମଧ୍ୟ ଦୂରେଇ ରଖେ। କଦଳୀଚୋପାକୁ କିଛିଦିନ ଭିନେଗାର୍‌ରେ ଭିଜାଇ ରଖିବେ, କିଛିଦିନ ପରେ ସେହି ମିଶ୍ରଣକୁ ଛୋଟ ମଗ୍‌ରେ ନେଇ ବଗିଚା​‌​‌ରେ ରଖନ୍ତୁ। ଦେଖିବେ, ଏହି ବାସ୍ନାରେ ଦିନ କେଇଟାରେ ଗଛରୁ ପୋକଜୋକ ଦୂରେଇଯିବେ।

Comments are closed.