କେବେ କେଶ କାଟି ନଥିବା ବୃଦ୍ଧ

କର୍ଣ୍ଣାଟକର ଜଣେ ୯୫ ବର୍ଷୀୟ ବୃଦ୍ଧ ଜୀବନରେ ଥରେମଧ୍ୟ କେବେ କେଶ କାଟିନଥିବା ଦାବି କରି ଚର୍ଚାକୁ ଆସିଛନ୍ତି। ବର୍ତ୍ତମାନ ତାଙ୍କ କେଶର ଲମ୍ବ ୨୪ ଫୁଟ (୭.୩. ମିଟର)। ତାହା ତାଙ୍କ ମୁଣ୍ଡ ଉପରେ ଏକ ଗଣ୍ଠିଲି ପରି ରହିଛି। ବର୍ତ୍ତମାନ ଲକ୍‌ଡାଉନ ସମୟରେ ଲୋକେ କେଶକର୍ତ୍ତନ ପାଇଁ ବେଶ୍ ଅସୁବିଧା ଭୋଗୁଛନ୍ତି; କିନ୍ତୁ ଶତାୟୁ ହେବାକୁ ଯାଉଥିବା ଡୋଡା ପଲ୍ଲିଆଙ୍କ ପାଇଁ ଏହି ସମସ୍ୟା ଆଦୌ ନାହିଁ, କାରଣ ସେ କେବେ କେଶ କାଟନ୍ତି ନାହିଁ। ତାଙ୍କ ଘର ଥିବା ଚିତ୍ରଦୁର୍ଗା ଜିଲାର ମୋଲାକାଲମୁରୁରେ ଭଗବାନଙ୍କ ଦୂତ ଭାବେ ଲୋକେ ତାଙ୍କୁ ସମ୍ମାନ ଦିଅନ୍ତି। ଆଶ୍ଚର୍ୟ୍ୟର କଥା ଯେ ସେ ଏହି ବୟସରେ ମଧ୍ୟ ଏତେ ଦୀର୍ଘ କେଶକୁ ନେଇ ରହିବାକୁ କୁଣ୍ଠାବୋଧ କରୁନାହାନ୍ତି। ତେବେ ତାଙ୍କୁ ଏଥିପାଇଁ କମ୍‌ କଷ୍ଟ ସହିବାକୁ ପଡ଼ୁନାହିଁ।

ସକଲ୍‌ ଦେବ ଟୁଡ୍ଡୁ ନାମକ ଜଣେ ବ୍ୟକ୍ତି ଚାଳିଶ ବର୍ଷ ଧରି କେଶ କାଟି ନଥିବାରୁ ଅତୀତରେ ଚର୍ଚିତ ହୋଇଥିଲେ। ସେହିପରି ସାଜିଭାଇ ରାଠୱା ତାଙ୍କର ୧୯ ମିଟର ଦୀର୍ଘ କେଶକୁ ଡାହାଣ ହାତରେ ବାନ୍ଧି ରଖି ଥିବାର ଦୃଶ୍ୟ ଅତୀତରେ ବେଶ୍ ଆଲୋଚନାର ବିଷୟ ହୋଇଥିଲା।

Comments are closed.