‘ଦ କପିଲ ଶର୍ମା ସୋ’ର ସୁଟିଂ ଆରମ୍ଭ ; ସଲମନ ହେଲେ ପ୍ରଥମ ଅତିଥି

0

ମୁମ୍ବଇ : କମେଡି କିଙ୍ଗ କପିଲ ଶର୍ମା ନିଜର ଲୋକପ୍ରିୟ କମେଡି ସୋ’ ‘ଦ କପିଲ ଶର୍ମା ସୋ’ର ଆରମ୍ଭ କରିବାକୁ ଯାଉଛନ୍ତି। ନିକଟରେ କପିଲ ଏହାର ସୁଟିଂ ଆରମ୍ଭ କରିଛନ୍ତି। ତେଣୁ ସୋ’ର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଏହି ସୋ’ର ପ୍ରଥମ ଏପିସୋଡ ବଲିଉଡ ସୁପରଷ୍ଟାର ସଲମନ ଖାନ ଅତିଥି ଭାବେ ଯୋଗ ଦେବାର ଯୋଜନା ରହିଛି।
ସୂଚନାଯୋଗ୍ୟ ଯେ ଏହି ସୋ’ରେ ପୁର୍ବପରି ଅଭିନେତା ଚନ୍ଦନ, କିକୁ ସାରଦା ଓ ସୁମୋନା ଚକ୍ରବର୍ତ୍ତି ରହିଥିଲେ। ବର୍ତ୍ତମାନ ଏହି ସମସ୍ତ କଳାକାର ରହିବା ସହ କୃଷ୍ଣା ଅଭିଷେକ ଓ ଭାରତୀ ସିଂହ ନଜର ଆସିବେ। ବିଭିନ୍ନ ବିବାଦ ଓ ରୋଗ ମଧ୍ୟରେ ରହିବା ପରେ କମେଡି କିଙ୍ଗ କପିଲ ପୁଣି କାମ କରିବାକୁ ଆସିଛନ୍ତି। ଏହାବ୍ୟତୀତ କପିଲ ଶର୍ମା ଡିସେମ୍ବର ୧୨ ତାରିଖରେ ବିବାହ କରିବାକୁ ଯାଉଛନ୍ତି।

Leave A Reply