ଚଢେଇଭୋଲ ଜଙ୍ଗଲରୁ ଶାଳଗଡ ଜବତ କଲା ବନବିଭାଗ

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ଚଢେଇଭୋଳ ସଂରକ୍ଷିତ ଜଙ୍ଗଲରୁ ଶାଳ ଗଛ କଟା ଯାଇ ରଖାଯାଇଥିବା ୧୬ଟି ଶାଳଗଡକୁ ବନବିଭାଗ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି। ଜଙ୍ଗଲରେ ଶାଳଗଛ କଟା ଯାଉଥିବା ଖବର ପାଇ ରେଞ୍ଜର ପବିତ୍ର ମୋହନ ନାଏକ ଗୋରାଣ୍ଡି ଯୋଡି ଫରେଷ୍ଟ ରୂପଶ୍ରୀ ସାହୁଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଫରେଷ୍ଟ ରୂପଶ୍ରୀ ସାହୁ ଚଢେଇଭୋଳ ସଂରକ୍ଷିତ ଜଙ୍ଗଲରୁ ୧୬ଟି ଶାଳ ଗଡ ଜବଦ କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଛନ୍ତି। ଫରେଷ୍ଟଗାର୍ଡଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିଲୋମିଟର ମଧ୍ୟରେ ବନାଞ୍ଚଳରୁ କ୍ରମାଗତ ଗଛ କଟା ଯାଉଥିବା ବେଳେ ବନବିଭାଗ କିପରି ଟେର୍ ପାଉନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments are closed.