ସାମ୍ନାକୁ ଆସିଲା ଧନୁଷଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଲୁକ୍‌

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତା ଧନୁଷ ଖୁବଶୀଘ୍ର ‘ଦି ଗ୍ରେ ମ୍ୟାନ୍‌’ ଚଳଚ୍ଚିତ୍ର ଜରିଆରେ ହଲିଉଡ଼ରେ ପାଦ ଥାପିବେ। ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ନେଟଫ୍ଲିକ୍ସ ଧନୁଷଙ୍କ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛି। ନେଟଫ୍ଲିକ୍ସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏନ୍ଥନୀ ଓ ଜୋ ରୁସୋଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଧନୁଷଙ୍କ ପ୍ରଥମ ଲୁକ୍‌ ଜାରି କରାଯାଇଛି। ଫିଲ୍ମରେ ରେୟାନ ଗୋସଲିଙ୍ଗ୍‌, କ୍ରିସ ଇଭାନ୍ସ, ଏନା ଡି ଅରମାସ, ରେଗେ-ଜିନ୍‌ ପେଜ୍‌, ଜେସିକା ହେନୱିକ୍‌, ବିଲୀ ବବ୍‌ ଥର୍ନଟନ୍‌ ଓ ୱେଗନର ମୌରା ମଧ୍ୟ ଅଛନ୍ତି।


ନେଟଫ୍ଲିକ୍ସ ଇଣ୍ଡିଆ ପକ୍ଷରୁ ଶେୟାର କରାଯାଇଥିବା ଫଟୋରେ ଧନୁଷଙ୍କୁ ଏକ କାର୍‌ ଉପରେ ଦେଖିବାକୁ ମିଳିଛି। ଏଥିସହ ତାଙ୍କ ମୁହଁରେ ରକ୍ତ ମଧ୍ୟ ଦେଖାଯାଉଛି। ପୋଷ୍ଟର କ୍ୟାପ୍ସନରେ ଲେଖାହୋଇଛି, ‘ଦି ଗ୍ରେ ମ୍ୟାନରେ ଧନୁଷଙ୍କ ପ୍ରଥମ ଲୁକ୍‌’। ଚଳିତ ବର୍ଷ ଜୁଲାଇ ମାସରେ ଏହି ଫିଲ୍ମ ରିଲିଜ୍ ହେବ।

Comments are closed.