ଅଗ୍ନିକାଣ୍ଡରେ ଦୋକାନ ଭସ୍ମିଭୂତ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଚଢେଇଧରା ଉପରଛକରେ ଅଗ୍ନିକାଣ୍ଡ ଘଟି ଏକ ଦୋକାନ ପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିଯାଇଛି। ପୁରୁଣା ବଉଳମାଳ ପଂଚାୟତର ଇଚ୍ଛାପୁର ଗ୍ରାମର ବିଦ୍ୟାଧର ପଣ୍ଡା ଆଜକୁ ଦୀର୍ଘ ବର୍ଷ ଧରି ସେଠାରେ ଷ୍ଟେସନାରୀ ଦୋକାନ ସହିତ ଚା ପାନ ବିକ୍ରୀ କରି ନିଜର ଜୀବିକା ନିର୍ବାହ କରୁଥିଲେ।  ଆଜି ହଠାତ ଦୋକାନରେ ନିଆଁ ଲାଗି ଯିବାରୁ ଦୋକାନରେ ଥିବା ଜିନିଷ ପତ୍ର ସହିତ ଅନେକ ସାମଗ୍ରୀ ପୋଡିଯାଇଛି। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ଏହି କରୋନା ସମୟରେ କିଛି ସରକାରୀ ସହାୟତା ପ୍ରଦାନ କରିବାକୁ ବଣିକ ସଂଘ ପକ୍ଷରୁ ଦାବି କରାଯାଇଛି। ନିଆଁ ଲଗିଥିବାର ଖବର ପାଇ ଚଢେଇଧରା ଦମକଳ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ  ଆୟତ କରିବାରୁ ପାଖରେ ଥିବା ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ନିଆଁ କବଳରୁ ବର୍ତ୍ତି ଯାଇଛି।

Comments are closed.