ଲିବ୍ରାକାର୍ପେଟ ପରିସରରେ ଲାଗିଲା ନିଆଁ

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ବନ୍ଦ ଲିବ୍ରାକାର୍ପେଟ ପରିସରରେ ସୋମବାର ପୁର୍ବାହ୍ନରେ ହଠାତ୍ ନିଆଁ ଲାଗି ଯାଇଥିଲା । ୧୧ଟା ୪୦ ମିନିଟ୍‌ ସମୟରେ ନିଆଁ ଲାଗିବା ଆରମ୍ଭ ହୋଇଥିବାବେଳେ ୨ଟି ଦମକଳ ଦ୍ୱାରା ଅପରାହ୍ନ ୪ଟା ସମୟରେ ନିଆାଁ ଲିଭା କାର୍ଯ୍ୟ ଶେଷ ହୋଇଥିବା ଚୌଦ୍ୱାର ଦମକଳ କେନ୍ଦ୍ର ସୁତ୍ରରୁ ପ୍ରକାଶ। ନିଆଁ ଲାଗିବାରେ କମ୍ପାନୀର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଆଜକୁ ପ୍ରାୟ ୧୦ବର୍ଷରୁ ଉର୍ଦ୍ଧ୍ବ ହେବ କମ୍ପାନୀ ବନ୍ଦ ହୋଇ ପଡିଥିବାରୁ କମ୍ପାନୀ ପରିସରରେ ବ୍ୟାପକ ଅନାବନା ଗଛ ଉଠି ତାହା ଏକ ରକମ ଛୋଟ ଜଙ୍ଗଲରେ ପରିଣତ ହୋଇଗଲାଣି। ନିଆଁ ଲାଗି କାରଖାନା ପରିସରରେ ଥିବା ଗଛ ପୋଡ଼ି ଯାଇଛି । ନିଆାଁର ଭୟାବହତାକୁ ଦେଖି ଆଖପାଖକୁ ବ୍ୟାପିବା ଆଶଙ୍କାରେ ସ୍ଥାନୀୟ ଲୋକେ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ନିଆଁ ଲାଗିବାର ସଠିକ୍ କାରଣ ଜଣା ପଡ଼ିନାହିଁ ।

Comments are closed.