ସମାଜ ପ୍ରଭାବ – ଦୁର୍ଘଟଣାରେ ମୃତ ଯୁବ ଟ୍ରକ ମାଲିକଙ୍କ ପରିବାରକୁ ମିଳିଲା ୧ଲକ୍ଷ ଟଙ୍କାର ସହାୟତା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳିପଶି ପଞ୍ଚାୟତ କେତାଙ୍ଗ ଗ୍ରାମର ରମେଶ ଗିରିଙ୍କ ପୁଅ ତଥା ଯୁବ ଟ୍ରକ ମାଲିକ ଦୀପକ୍ ଗିରି (୩୦) ବାଇକ୍ ଦୁର୍ଘଟଣାରେ ଗୁରୁତର ହୋଇ ଗତ ଜାନୁଆରୀ ୩୦ ରେ ମୃତ୍ୟୁ ବରଣ କରିଥିଲେ । ଏହି ଅବିବାହିତ ଯୁବ ଟ୍ରକ ମାଲିକଙ୍କ ଅକାଳ ବିୟୋଗ ସମ୍ପର୍କରେ ଢେଙ୍କିକୋଟ ଜୋନ୍ ଇବି ମେମ୍ବର ବିଜୟ କୁମାର ସାହୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘକୁ ଲିଖିତ ଜଣାଇଥିଲେ । ଘଟଣା ସମ୍ପର୍କରେ ଏହି ଖବର କାଗଜରେ ଖବର ମଧ୍ୟ ପ୍ରକାଶ ପାଇଥିଲା । ଦୁର୍ଘଟଣାରେ ମୃତ ଯୁବ ଟ୍ରକ ମାଲିକଙ୍କ ପରିବାରକୁ ଜିଲ୍ଲା ଟ୍ରକ ମାଲିକ ସଂଘ ସହାୟତାର ହାତ ବଢ଼ାଇଛି । ଆଜି ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ , ସଂପାଦକ ସୂର୍ୟ୍ୟ ନାରାୟଣ କର , ଇବି ମେମ୍ବର ବିଜୟ କୁମାର ସାହୁ , ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ବନାଥ ନାୟକଙ୍କ ଉପସ୍ଥିତିରେ ସ୍ବର୍ଗତ ଦୀପକ ଗିରିଙ୍କ ପିତା ରମେଶ ଗିରିଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ର ଚେକ୍ ପ୍ରଦାନ କରିଛନ୍ତି । ଦିବଂଗତ ଟ୍ରକ ମାଲିକ ଙ୍କ ସ୍ମୃତିରେ ଏଠାରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅକାଳରେ ମୃତ୍ୟୁ ବରଣ କରୁଥିବା ଓ ଦୁରାରୋଗ୍ୟ ରୋଗରେ ପୀଡିତ ଟ୍ରକ ମାଲିକଙ୍କୁ ଯଥା ସମ୍ଭବ ସାହାଯ୍ୟ କରାଯିବା ବ୍ୟବସ୍ଥା ଥିବା ଏଠାରେ ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ ପ୍ରକାଶ କରିଥିଲେ । ଏହି ସହାୟତା ରାଶି ପ୍ରଦାନ ସମୟରେ ଚିନାମାଳିପଶି ସରପଞ୍ଚ ଙ୍କ ପ୍ରତିନିଧି ଲକ୍ଷ୍ମୀଧର ମହାନ୍ତ , ଟ୍ରକ ମାଲିକ ବୁଲିଆ ସାହୁ , ବିଜୁ ପାଳ , ମହେଶ୍ୱର ସାହୁ , ଲକ୍ଷ୍ମୀଧର ସାହୁ , ନିରାକାର ନାୟକ , ଏମ୍ ଡି ସାହିଦ୍ ଙ୍କ ସହ ଢେଙ୍କିକୋଟ ଜୋନ୍ ର ବହୁ ଟ୍ରକ ମାଲିକ ଉପସ୍ଥିତି ଥିଲେ ।

Comments are closed.