କରୋନା ଠାରୁ ଅଧିକ ମାରତ୍ମକ ଭାଇରସ୍ ବିଜେପି – ନୁସରତ ଜାହାଁ

କୋଲକତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷରେ ଟିଏମସି ର ବାସିରହାଟ ସାଂସଦ ନୁସରତ ଜାହାଁ ବିଜେପିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କରୋନା ଭୂତାଣୁ ଅପେକ୍ଷା ବିଜେପିକୁ ଅଧିକ ବିପଜ୍ଜନକ ବା ମାରତ୍ମକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଦଙ୍ଗା କରୁଛି। ଯଦି ବିଜେପି କ୍ଷମତାକୁ ଆସେ ତେବେ ମୁସଲମାନମାନଙ୍କ ପଛୁଆ ଗଣିବା ଆରମ୍ଭ ହୋଇଯିବ ଅର୍ଥାତ୍ ଖରାପ ସମୟ ଆରମ୍ଭ ହେବ।

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନାର ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ନିର୍ବାଚନ ପ୍ରଚାର ସମୟରେ ଟିଏମସି ସାଂସଦ ନୁସରତ ଜାହାଁ ବିଜେପିକୁ କରୋନା ଭୂତାଣୁ ସହ ତୁଳନା କରି କହିଛନ୍ତି, ‘ତୁମେମାନେ ଆଖି ଖୋଲା ରଖ … ବିଜେପି ଭଳି ବିପଜ୍ଜନକ ଭୂତାଣୁ ବୁଲୁଛି। ଏହି ଦଳ ଧର୍ମକୁ ନେଇ ଭେଦଭାବ ସୃଷ୍ଟି କରୁଛି।

Comments are closed.