ଆକାଶରୁ ହୋଇପାରେ ଝିଟିପିଟି ବର୍ଷା; ନିଜ ନାଗରିକଙ୍କୁ ସତର୍କ କଲା ଏହି ଆଧୁନିକ ଦେଶ

ଆକାଶରୁ କେବେକେବେ ବର୍ଷା ବ୍ୟତୀତ ମାଛ ବର୍ଷା, ଏସିଡ଼ ବର୍ଷା କଥା ଲୋକମାନେ ଶୁଣିଥିବେ । ମାତ୍ର ଆକାଶରୁ ଝିଟିପିଟି ବର୍ଷା ହେବା କଥା କେହି ଶୁଣି ନ ଥିବେ । ମାତ୍ର ଖ୍ରୀଷ୍ଟମାସ ସମୟରେ ଏ​‌ହି ଦେଶ ଆକାଶରୁ ଝିଟିପିଟି ବର୍ଷା ହେବା ଆଶଙ୍କା କରି ନିଜ ନାଗରିକଙ୍କୁ ଘରୁ ବାହାରିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଝିଟିପିଟି ଉପରୁ ଖସି ଜନସାଧାରଣଙ୍କୁ କ୍ଷତି ଘଟାଇବାର ଆଶଙ୍କା ଥିବାରୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି ।

ଏହି ଘଟଣା ଆମେରିକାର ଫ୍ଲୋରିଡ଼ାରେ ଘଟିଛି । ଲୋକମାନେ ଖ୍ରୀଷ୍ଟମାସ ପାଳନ ବେଳେ ଅତ୍ୟନ୍ତ ସତର୍କ ରହିବା ନିମନ୍ତେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଫ୍ଳୋରିଡ଼ା ପ୍ରଶାସନ ସୂଚନା ଅନୁସାରେ ଏବେ ସେଠାରେ ପ୍ରବଳ ଥଣ୍ଡା ପଡ଼ୁଛି । ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ନିମ୍ନ ତାମମାତ୍ରା ଯୋଗୁଁ ଗଛଉପରେ ରହୁଥିବା ଝିଟିପିଟି ଜାତୀୟ ପ୍ରାଣୀ ‘ଇଗୁଆନା’ ମରିଯାଇ ଗଛରୁ ଖସିବାର ଆଶଙ୍କା ରହିଛି । ଫଳରେ ଏହା ଜନସାଧାରରଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ଇଗୁଆନା ପ୍ରଜାତି ଝିଟିପିଟି ଥଣ୍ଡା ସହିପାରେ ନାହିଁ । ତାପମାତ୍ରା କମିଥିବା ଯୋଗୁଁ ଗଛକୁ ଚଢ଼ିବାକୁ ଆରମ୍ଭ କରେ । ଗୋଟିଏ ଇଗୁଆନାର ଲମ୍ବା ୫ ଫୁଟି ଓ ଓଜର ୧୦ କେଜି ପର୍ଯ୍ୟନ୍ତ ହୋଇପାରେ । ମୃତ ଇଗୁଆନାର ଶରୀର ବେଶ ଭାରି । ତେଣୁ ଏହା କାହା ଉପରେ ପଡ଼ିଲେ ସେ ଆଘାତ ପାଇବାର ଆଶଙ୍କା ରହିଛି । ତେଣୁ ଫ୍ଲୋରିଡ଼ା ସରକାର ଏ ସଂକ୍ରାନ୍ତରେ ସତର୍କ ସୂଚନା ଜାରି କରିଛନ୍ତି ।

Comments are closed.