ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର ନୂତନ ଗୃହକୁ ଉଦଘାଟନ କଲେ ବାଣିଜ୍ୟମନ୍ତ୍ରୀ ଆମ ଓଡ଼ିଶାନିଉଜ ଆଲର୍ଟ By ସମାଜ ପୋର୍ଟାଲ ଡେସ୍କ Last updated Mar 18, 2021 Share ଗୁରୁଡିଝାଟିଆ: କରୋନା ଅକଥନୀୟ ଯନ୍ତ୍ରଣା ଦେଇଛି। ଭାଙ୍ଗିଦେଇଛି ଅର୍ଥନୈତିକ ମେରୁଦଣ୍ଡ। ଏଥିରେ ପରିବହନ ବ୍ୟବସ୍ଥା ସଂପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲା। ଟ୍ରକ ମାଲିକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥିଲେ। ଏଭଳି ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଟ୍ରକ ମାଲିକମାନେ ସରକାରଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇ ଅତ୍ୟାବଶ୍ୟକ ସେବା ଯୋଗାଇଦେବା ବାସ୍ତବିକ୍ ନୈସର୍ଗିକ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର ନୂତନ ଗୃହକୁ ଉଦଘାଟନ କରିିବା ସମୟରେ ଉପରୋକ୍ତ ମତପ୍ରକାଶ କରିବା ସଂଗେ ସଂଗେ ରାଜ୍ୟ ସରକାର ଟ୍ରକ ମାଲିକ ସଂଘଙ୍କ ମୌଳିକ ସମାସ୍ୟାଗୁଡିକ ପ୍ରତି ସହୃଦୟତାର ସହିତ ବିଚାର କରି ସମାଧାନ କରିବା ଦିଗରେ ହାତ ବଢାଇବେ ବୋଲି କହିଥିଲେ। ସ୍ଥାନୀୟ ବିଧାୟକ ତଥା ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଟ୍ରକ ମାଲିକ ସଂଘ ସାମାଜିକ ପରିବର୍ତ୍ତନରେ ନିଜକୁ ସାମିଲ କରି ଏକ ନୂତନ ତଥା ସମୃଦ୍ଧ ଆଠଗଡ ସୃଷ୍ଟିରେ ସହାୟକ ହେବ ବୋଲି କହିଥିଲେ।ପରିବର୍ତ୍ତନ ସହ ତାଳଦେଇ ଆଠଗଡ ଆଜି ଶିକ୍ଷା,କୃଷି ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଟ୍ରକ ମାଲିକ ସଂଘ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ପ୍ରତିଶୃତିବଦ୍ଧତାକୁ ବଜାୟ ରଖି ସହଯୋଗର ହାତ ବଢାଇବା ବାସ୍ତବିକ୍ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଛିି। ଆଠଗଡର ବିକାଶ ରାଜ୍ୟ ର ଏକ ଅଂଶ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର ସଭାପତି ମନୋଜ କୁମାର ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରି ଟ୍ରକମାଲିକମାନଙ୍କ ନିସ୍ୱାର୍ଥପର ନିର୍ଲିପ୍ତ ସେବା ଭାବ ଓ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ସହଯୋଗ ପାଇଁ ଏକଦା ୧୯୯୫ ମସିହାରେ ହାତଗଣତି ଟ୍ରକମାଲିକଙ୍କୁ ନେଇ ଭଡାଘରେ ଗଢିଉଠିଥିବା ସଂଘ ଆଜି ନିଜସ୍ୱ ଗୃହ ଉଦଘାଟନ କରିବା ପାଇଁ ସକ୍ଷମ ହୋଇପାରିଛି ବୋଲି କହିଥିଲେ। Related Posts ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ ଆତ୍ମାହୁତି… Apr 22, 2021 ଯବାନଙ୍କ ଗୁଳିରେ ନମରି ଆତ୍ମସମର୍ପଣ କର… Apr 22, 2021 ଅଖିଳ ଭାରତୀୟ ମୋଟର କଂଗ୍ରେସ ଫେଡେରେସନର ଉପସଭାପତି ତଥା ସମାଜସେବୀ ରବି ନାରାୟଣ ଶତପଥି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଟ୍ରକ ମାଲିକ ଙ୍କ ବିଭିନ୍ନ ସମାସ୍ୟା ସଂପର୍କରେ ଉତଥାପନ କରିବା ସହିତ ରାଜ୍ୟ ସରକାର ଏଥିପ୍ରତି ସୁବିଚାର କଲେ ଆଗାମୀ ଦିନରେ ଟ୍ରକ ମାଲିକ ସଂଘ ଆଗକୁ ବଢିପାରିବ ବୋଲି କହିଥିଲେ। ଓଡିଶା ରାଜ୍ୟ ଟ୍ରକ ମାଲିକ ମହାସଂଘର ସଭାପତି ବିଭୂତି ଭୂଷଣ ଦାସ ଟ୍ରକ ସଂଘର ଉନ୍ନତି ସରକାର ଙ୍କ ସହୃଦୟ ମନୋଭାବ ଉପରେ ନିର୍ଭର କରେ ବୋଲି କହିଥିଲେ। ରାଜ୍ୟ ଟ୍ରକ ମାଲିକ ମହାସଂଘର ଉପଦେଷ୍ଟା ଶରତ ଚନ୍ଦ୍ର ପ୍ରଧାନ ଓ ପାରଦ୍ୱୀପ ଟ୍ରକ ମାଲିକ ସଂଘର ସଭାପତି ସୁମନ୍ତ କୁମାର ବିଶ୍ୱାଳ ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଙ୍କ ପ୍ରତିନିଧି ତଥା ଜିଲ୍ଲା ବିଜେଡି ସଂପାଦକ ରଞ୍ଜନ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡା, ପ୍ରଶାନ୍ତ କୁମାର ପ୍ରଧାନ, ଦିବାକର ବେଉରା, ବିପ୍ରବର ପଣ୍ଡା, ଜଗବନ୍ଧୁ ସାହୁ, ପଦ୍ୟୁମ୍ନ କୁମାର ନାୟକ ଙ୍କ ସହିତ ରାଜ୍ୟ ଟ୍ରକ ମାଲିକ ସଂଘର ବହୁ ବରିଷ୍ଠ କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘର ଉପଦେଷ୍ଟା କୈଳାସ ଚନ୍ଦ୍ର ସ୍ୱାଇଁ ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସାଧାରଣ ସଂପାଦକ ଅଶୋକ କୁମାର ସାମନ୍ତରାୟ ବିବରଣୀ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। Share FacebookTwitterWhatsApp