ସମୁଦ୍ରର ଗଭୀରତମ ପ୍ରଦେଶକୁ ଗଲା ଚୀନ ନୌବହର

ବେଜିଂ: ଗଭୀର ସମୁଦ୍ର ବକ୍ଷରେ କ’ଣ ରହିଛି ତାହାର ଅନୁସନ୍ଧାନ ପାଇଁ ଚୀନ ଏକ ନୌବହର ‘ଫେଣ୍ଡୋଉଝେ’ ବା ‘ଷ୍ଟାଇଭର’କୁ ପ୍ରେରଣ କରିଛି। ଏହା ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହୋଇଥିଲେ ମଧ୍ୟ ତିନିଜଣ ଗବେଷକ ଏଥିରେ ସମୁଦ୍ରର ଗଭୀରତମ ପ୍ରଦେଶକୁ ଯାତ୍ରା କରିଛନ୍ତି। ଏହି ନୌବହରରେ ରୋବୋଟିକ୍‌ ହାତ ଓ ସୋନାର ଆଖି ରହିଛି। ଏହା ମାଧ୍ୟମରେ ଗଭୀର ସମୁଦ୍ର ବକ୍ଷରେ ଥିବା ଜୀବସତ୍ତା ଓ ଅନ୍ୟ ସାମଗ୍ରୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଚଳିତ ମାସ ପ୍ରଥମାର୍ଦ୍ଧରେ ଏହି ନୌବହର ପ୍ରଶାନ୍ତ ମହାସାଗର ଅନ୍ତର୍ଗତ ମାରିଆନା ଟ୍ରେଞ୍ଚର ୧୦ହଜାର ୯୦୯ ମିଟର ନିମ୍ନାଂଶକୁ ଯାଇ ରେକର୍ଡ ପ୍ରତିଷ୍ଠା କରିଥିଲା। ଏଥିରେ ତିନିଜଣ ଗବେଷକ ଯାତ୍ରା କରିଥିଲେ। ୨୦୧୯ରେ ଆମେରିକାର ଏକ ନୌବହର ସମୁଦ୍ର ବକ୍ଷର ୧୦ହଜାର ୯୨୭ମିଟର ନିମ୍ନକୁ ଯାଇ ରେକର୍ଡ ସୃଷ୍ଟି କରିଥିଲା। ଚୀନ ଏହି ରେକର୍ଡ ଭାଙ୍ଗିବା ପ୍ରୟାସ ଚଳାଇଛି।

Comments are closed.