ଭିଡିଓ କନ୍ଫରେନ୍ସିଂରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ          

ବଙ୍ଗୋମୁଣ୍ଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ ତାରିଖରେ ନୂଆପଡା ଜିଲା ଗ୍ରସ୍ତ କରି ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଲାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ବଙ୍ଗୋମୁଣ୍ଡା ବ୍ଲକ ତଥା ମୁରିବାହାଲ ବ୍ଲକର ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏଥିପାଇଁ ବଙ୍ଗୋମୁଣ୍ଡା ବ୍ଲକର ଭାଲୁମୁଣ୍ଡା, ସିନେ୍ଧକେଲା ଓ ମୁରିବାହାଲ ବ୍ଲକର ଗୋଇମୁଣ୍ଡ ପଞ୍ଚାୟତର ଗୁରୁଣ୍ଡା ଗ୍ରାମ ଠାରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହାର ସମୀକ୍ଷା କରିଛନ୍ତି।

Comments are closed.