ଭାଲୁମୁଣ୍ଡାରେ ଉଦ୍‌ବୋଧନ ଦେଲେ ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲା ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ। ୧୯୨୬ କୋଟି ବ୍ୟୟ ଅଟକଳର ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦଘାଟନ କରିଥିଲେ। ଏହି ପ୍ରକଳ୍ପ ଦ୍ୱାରା ବଙ୍ଗୋମୁଣ୍ଡା, ମୁରିବାହାଲ, ଟିଟିଲାଗଡ ବ୍ଲକର ୨୬ଟି ପଞ୍ଚାୟତର ୧୧୯ ଖଣ୍ଡ ଗ୍ରାମର ୨୫ ହଜାର ଚାଷୀ ପରିବାର ଉପକୃତ ହୋଇପାରିବେ। ବଲାଙ୍ଗିର ଜିଲାର ୧୬ହଜାର ୭୧୦ ହେକ୍ଟର ଚାଷ ଉପଯୋଗୀ ଜଳସେଚିତ ହେବ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପର ଉଦଘାଟନ ଓ ଜନସାଧାରଣଙ୍କୁ  ଭିଡିଓ କନଫରେନିସଂ ମାଧ୍ୟମରେ ବଙ୍ଗୋମୁଣ୍ଡା ଓ ସିନେ୍ଧକେଲା ଠାରେ ବ୍ଲକର ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।

ଭାଲୁମୁଣ୍ଡାରେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ଆୟୋଜିତ ସଭାରେ ପୁରୁଷ ଅପେକ୍ଷା ମହିଳାଙ୍କ ସମାଗମ ଅଧିକ ରହିଥିଲା। ଭାଲୁମୁଣ୍ଡା ଠାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ରେଢାଖୋଲ ବିଧୟାକ ରୋହିତ ପୂଜାରୀ, ପୂର୍ବ ସାଂସଦ କଳିିକେଶ ନାରାୟଣ ସିଂଦେଓ, ପୂର୍ବ ବିଧାୟକ ଆୟୁବ ଖାନ, ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଭାପତି ଉପେନ୍ଦ୍ର ମେହେର, ବିଜେଡି ବ୍ଲକ ସଭାପତି ତଥା ଜିଲାପରିଷଦ ଉଦ୍ଧବ ବେହେରା, ବିଡିଓ ରିପୁନାଥ ସୁନା,ତହସିଲଦାର ଗୁଣମଣି ସୁନାନୀଙ୍କ ସହ ବହୁ ବିଜେଡି ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଅଧିକାଂଶ ଜନସାଧାରଣ ଙ୍କ ମଧ୍ୟରେ ଅନେକ ମହିଳା ଥିଲେ। ଓଡିଶା ଜୀବିକା ମିଶନରେ କାର୍ଯ୍ୟରତ ଏମବିକେ, ସିଆର୍ପିଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ପରେ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ସଭା ସରିଥିଲା। ପୁରୁଷ ଅପେକ୍ଷା ଅଧିକା ମହିଳା ସଦସ୍ୟ ରହିଥିବାରୁ ଅନେକ ଙ୍କ ମଧ୍ୟରେ ସରକାରୀ ଟଙ୍କାରେ ଦଳୀୟ ପ୍ରଚାର କରାଯାଉଥିବା ମଧ୍ୟ କୁହାକୁହି ହେଉଥିବା ସଭା ସ୍ଥଳରେ କିଛି ଲୋକଙ୍କ ମଧ୍ୟରେ ଶୁଣିବାକୁ ମିଳିଥିଲା। ଭାଲୁମୁଣ୍ଡା ଓ ବଙ୍ଗୋମୁଣ୍ଡା ଠାରେ ସୁରକ୍ଷା ବ୍ୟବସ୍ଥା କଡାକଡ କରାଯାଇଥିଲ। ବିରୋଧୀଙ୍କର ବିରୋଧ ପ୍ରଦର୍ଶନକୁ ଆଖି ଆଗରେ ରଖି ବଙ୍ଗୋମୁଣ୍ଡା ଗୋଲେଇ ଛକ ଠାରେ ଏସ୍ଡିପିଓ ସରୋଜ କୁମାର ମହାପାତ୍ର, ଆଇଆଇସି ସତ୍ୟଜିତ କାଣ୍ଡେଲକର, ପଞ୍ଚାନନ ନାଏକଙ୍କ ସହ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଥିଲା।

Comments are closed.