ଲାଲ୍ ଫକିର ସାଏଙ୍କୁ ସାକ୍ଷାତ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି

ରେଙ୍ଗାଲି : ଆଜି ଖିଣ୍ଡା ଛକରେ ବୀର ସୁରେନ୍ଦ୍ର ସାଏଙ୍କ ୧୩୮ତମ ଶ୍ରାଦ୍ଧ ଦିବସରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ଖିଣ୍ଡାଛକରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ। ଏହି ଅବସରରେ ଶ୍ରୀ ମିତ୍ତଲ ଏଆଇୟୁଇସିର ଉପ-ସବାପତି ଅଶ୍ୱନୀ ସାହୁଙ୍କ ସହିତ ସୁରେନ୍ଦ୍ର ସାଏଙ୍କ ଖିଣ୍ଡା ସ୍ଥିତ ଜନ୍ମପୀଠକୁ ଯାଇ ସେଠାରେ ଥିବା ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ପ୍ରଫେସର ମିତ୍ତତ୍ତଲ ସୁରେନ୍ଦ୍ର ସାଏଙ୍କ ଦାୟାଦ ଅଣନାତି ଲାଲ୍ ଫକିର ସାଏଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗ ଉପରେ ଅଲୋଚନା କରିଥିଲେ।

Comments are closed.