ରାଜ୍ୟମାନଙ୍କୁ ବିନା ସୁଧରେ ୧୨ ହଜାର କୋଟିର ଋଣ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ସୋମବାର ରାଜ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ସୁଧମୁକ୍ତ ଋଣ ବ୍ୟବସ୍ଥା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ବ୍ୟବସ୍ଥାରେ ରାଜ୍ୟମାନଙ୍କୁ ୧୨ ହଜାର କୋଟି ଟଙ୍କା  ୫୦ ବର୍ଷ ପାଇଁ ବିନା କୌଣସି ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୧୨ ହଜାର କୋଟି ଟଙ୍କାରୁ ଉତ୍ତର-ପୂର୍ବ ରାଜ୍ୟକୁ ୧୬୦୦ କୋଟି ଏବଂ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶକୁ ୯୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଅବଶିଷ୍ଟ ରାଜ୍ୟମାନଙ୍କୁ ୭,୫୦୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହି ଯୋଜନା ବିଷୟରେ ସୂଚନା ଦେଇ ସୀତାରମଣ କହିଛନ୍ତି ଯେ ନୂତନ କିମ୍ବା ବିଦ୍ୟମାନ ପୁଞ୍ଜି ପ୍ରକଳ୍ପ ପାଇଁ ସମ୍ପୂର୍ଣ୍ଣ ଅର୍ଥ ଖର୍ଚ୍ଚ ହୋଇପାରିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏହି ଟଙ୍କାକୁ ରାଜ୍ୟ ସରକାରମାନେ ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଶେଷ କରିବାକୁ ପଡ଼ିବ। ଏହାପରେ ରାଜ୍ୟ ସରକାର ଆଗାମୀ ୫୦ ବର୍ଷ ଭିତରେ ଏହି ଟଙ୍କା କେନ୍ଦ୍ର ସରକାରଙ୍କୁ ବିନା କୌଣସି ସୁଧରେ ଫେରାଇବେ।

 

 

Comments are closed.