କରୋନା ସଂକ୍ରମିତ ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ

ସମାଜ ପୋର୍ଟାଲ ଡେସ୍କ: କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଅତ୍ୟଧିକ ଥିବା ୧୦ଟି ରାଜ୍ୟକୁ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ପଠାଇବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସେହି ରାଜ୍ୟଗୁଡ଼ିକ ହେଉଛି ଗୁଜୁରାଟ୍‍, ତାମିଲ୍‍ନାଡ଼ୁ, ଉତ୍ତରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ୍‍, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା। ସେହି ରାଜ୍ୟଗୁଡ଼ିକରେ କୋଭିଡ୍‍-୧୯ ସଂକ୍ରମଣକୁ ରୋକିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ଦିଗରେ କେନ୍ଦ୍ରୀୟ ଦଳ ସମ୍ପୃକ୍ତ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ସହାୟତା କରିବେ। ପ୍ରତ୍ୟେକ ଦଳରେ ଯୁଗ୍ମ ସଚିବସ୍ତରୀୟ ଜଣେ ନୋଡାଲ୍‍ ଅଫିସରଙ୍କ ସମେତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ସାମିଲ୍‍ କରାଯାଇଛି।

Comments are closed.