ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୪ ଜଣ ଆହତ

ନବରଙ୍ଗପୁର/ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ବାବାଜିଗୁଡା ଛକ ନିକଟରେ ଅଟୋ ଓଲଟି ୪ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ପକାନାଗୁଡ଼ ଗ୍ରାମର ୩ ଜଣ ମହିଳା ଏବଂ ଜଣେ ପୁରୁଷ କୌଣସି କାର୍ଯ୍ୟରେ ତୁମ୍ଭରଲା ପଂଚାୟତର ଗୁମିଦରା ଗ୍ରାମକୁ ଅଟୋ ଯୋଗେ ଯାଇ ଘରକୁ ଫେରୁଥିବା ସମୟରେ ମଇଦଳପୁର ନିକଟସ୍ଥ ବାବାଜିଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା। ଘଟଣା ସ୍ଥଳରେ ଗ୍ରାମବାସୀ ପହଂଚି ୧୦୮ ଆମ୍ବୁଲାନ୍ସ ରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଆହତଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଆହତ ୪ ଜଣ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟଧିକ ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପାପଡାହାଣ୍ଡି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

 

Comments are closed.