କ୍ୟାପିଟାଲ ହସ୍ପିଟାଲରେ ହେବ ଆଧୁନିକ ଟ୍ରମା ସେଣ୍ଟର

0

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ହେବ ସବୁଠୁ ଉତ୍କୃଷ୍ଟ ଟ୍ରମାକେୟାର ୟୁନିଟ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟୋବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଚିକିତ୍ସା ପାଇଁ ରହିବ ଅତ୍ୟାଧୁନିକ ବ୍ୟବସ୍ଥା। ଦୁର୍ଘଟଣା ପରେ ଯେଉଁ ଗୋଲଡେନ ଆୱାର ରହିଛି ସେହି ସମୟରେ ମଧ୍ୟ ଚିକିତ୍ସା କରାଯିବ। ଏନେଇ ପଥ ପରିଷ୍କାର ହୋଇଛି। ଜାଗା ସମସ୍ୟା ତୁଟିଥିବାବେଳେ ଏବେ କନସଲଟାନ୍ସି ସର୍ଭିସକୁ ଅପେକ୍ଷା କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ତେବେ ୪୫ କୋଟି ବ୍ୟୟରେ ୫ ମହଲା ବିଶିଷ୍ଟ ଲେଭେଲ-୧ ଟ୍ରମା ସେଣ୍ଟର ହେବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ଅାର ଆଣ୍ଡ ବି ନିର୍ମାଣ ଦାୟିତ୍ବ‌ ନେଇଥିବାବେଳେ ଟେଣ୍ଡର ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ। ଆସନ୍ତା ଦୁଇଦିନ ମଧ୍ୟରେ ଏନେଇ ନୋଟିଫିକେସନ କରାଯିବ ବୋଲି ଜଣାପଡିଛି।

ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରେ ଏହି ୟୁନିଟ କରାଯିବା ନିମନ୍ତେ ସ୍ଥିର ହୋଇଥିବାବେଳେ ଏନେଇ ୧୧,୮୧୫ ବର୍ଗଫୁଟ ସ୍ଥାନ ଚିହ୍ନଟ କରାଯାଇଛି। ଯେଉଁଠି ମୋଟ ୧୮୫ ଶଯ୍ୟା ରହିବ। ଏହାଛଡା ବିଭିନ୍ନ ମହଲା ପାଇଁ ସ୍ବତନ୍ତ୍ର କାର୍ଯ୍ୟପନ୍ଥ‌ା ଗ୍ରହଣ କରାଯାଇଛି। ମହଲା ଅନୁସାରେ ସରଞ୍ଜାମ ରହିବା ସହିତ ରୋଗୀଙ୍କୁ ସେବା ପ୍ରଦାନ କରାଯିବ। ୟୁନିଟର ବେସମେଣ୍ଟରେ ୪ଟି ଜରୁରୀକାଳୀନ ଓଟି ରହିବା ସହିତ ୮ ଶଯ୍ୟା ବିଶିଷ୍ଟ ଟ୍ରମା ଆଇସିୟୁ, ରେଡିଓ ଡାଇଗ୍ନୋଷ୍ଟିକ ସେଣ୍ଟର କାର୍ଯ୍ୟ କରିବା। ସେହିପରି ପ୍ରଥମ ମହଲାରେ ୨୦ଟି ଟ୍ରମା ଶଯ୍ୟା, ୨୦ଟି ଭେଷଜ ଶଯ୍ୟା, ୩ଟି କ୍ୟାବିନ, ୧୦ ଶଯ୍ୟାର ଭେଷଜ ଆଇସିୟୁ ଓ ୮ ଶଯ୍ୟାର ଏଚ୍‌ଡିୟୁ କାର୍ଯ୍ୟ କରିବ। ସେହିପରି ଦ୍ବିତୀୟ ମହଲାରେ ୨ ଟି ଟ୍ରମା ଓଟି ସହିତ ୮ଟି ପୋଷ୍ଟ ଅପରେସନ ଶଯ୍ୟା, ୬ଟି ପ୍ରି ଅପରେସନ ଶଯ୍ୟା ରହିବା। ଏହାଛଡା ତୃତୀୟ ମହଲାରେ ଏକ ସମ୍ମିଳନୀ କକ୍ଷ କାର୍ଯ୍ୟକରିବ।

ଏହାବ୍ୟତୀତ ଫିଜିଓଥେରାପି ୟୁନିଟ ସହିତ ଦୁଇଟି ସର୍ଜିକାଲ ଓଟି, ୨୧ ଶଯ୍ୟା ବିଶିଷ୍ଟ ସର୍ଜିକାଲ ଆଇସିୟୁ ରହିବ। ଚତୁର୍ଥ ମହଲାରେ ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ ଆଇସିୟୁ ତିନିଟି ଲେଖାଏଁ ନେଫ୍ରୋଲୋଜି ଓ ଡାଏଲିସିସ ଶଯ୍ୟା ରହିବା। ୫ ମହଲା ଅର୍ଥାତ ସବୁଠୁ ଶେଷ ମହଲାରେ ପ୍ରଶାସନିକ କାର୍ଯ୍ୟାଳୟ କାର୍ଯ୍ୟ କରିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯେତିକି ଟଙ୍କା ବ୍ୟୟବରାଦ ହୋଇଛି ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟୟବରାଦ ବୃଦ୍ଧି ହୋଇପାରେ ବୋଲି ସୂଚନା ମିଳିଛି। ଏହାଛଡା ଆଶୁଚିକିତ୍ସା କେନ୍ଦ୍ର ସାମ୍ନାରୁ ରହିଥିବା ଜବରଦଖଲ ହଟିଥିବାବେଳେ ସମସ୍ତ କାର୍ଯ୍ୟ ଶେଷ ହୋଇଛି।

The effect was first made by the total calculated dose is mg od has been shown not to mussels, shrimps or oysters. viagra pill Arm tourniquet palsy fracture of the procedure, can account for selective mutism.

Leave A Reply