କେନାଲରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମତୁଆଲଗୁଡା କ୍ରସରଛକ ନିକଟରେ ପୁଲିସ ଜୟପାଟଣା ଗ୍ରାମର ସୀମାଞ୍ଚଳ ମହାପାତ୍ର(୪୨)ଙ୍କ ମୃତଦେହ ଉଦ୍ଧାର କରିଛି । ସୀମାଞ୍ଚଳଙ୍କୁ ହତ୍ୟା କରା ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ସୀମାଞ୍ଚଳ ଘରକୁ ଫେରି ନଥିଲେ ଆଜି ସକାକେ ତାଙ୍କ ପରିବାର ପକ୍ଷରୁ ଜୟପାଟଣା ଥାନାରେ ସୀମାଞ୍ଚଳ ନିଖୋଜ ଥିବା ସମ୍ପର୍କରେ ସୂଚନା ଦିଆ ଯାଇଥିଲା।

ସୂଚନା ଅନୁଯାୟୀ ଇନ୍ଦ୍ରାବତୀ ବାମ କେନାଲର ଶାଖା ଜଳତାମୁଣ୍ଡା ଗ୍ରାମ ନିକଟରେ ଏକ ମୃତଦେହ ଭାସି ଆସୁଥିବା ଜଳତାମୁଣ୍ଡା ଗ୍ରାମର ଲୋକେ ଦେଖିଥିଲେ। ଏନେଇ ଫାଣ୍ଡି ଅଧିକାରୀଙ୍କୁ ପୁଲିସକୁ ଖବର ଦେଲା ପରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ପାଣିର ସୁଅରେ ମୃତଦେହଟି ଭାସିଯାଇଥିଲା। ଶେଷରେ ଠେଲୋକୋମୁଣ୍ଡା ଓ କ୍ରସର ପଡା ମଝିରେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହକୁ ଜବତ କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ବେଳେ ପରିବାର ଲୋକେ ସୀମାଞ୍ଚଳଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି। ତେବେ କଲରାକୋଟ ଜୟପାଟଣା ରାସ୍ତା ହରି ମାଝୀଙ୍କ ଖଳା ନିକଟରେ ସୀମାଞ୍ଚଳଙ୍କ ଡ଼ଟପେନ, କିଛି କାଗଜପତ୍ର ଏବଂ ଏକ କଟୁରୀ, ରକ୍ତ ବୁନ୍ଦା ପୁଲିସ ଜବତ କରିଛି। ବିଳମ୍ବିତ ରାତିରେ ହରି ମାଝୀଙ୍କ ଖଳା ନିକଟରେ ସୀମାଞ୍ଚଳଙ୍କୁ ହତ୍ୟା କରି  ୨୦କିମି ଦୂର ଖଳିଆଭଟା ଇନ୍ଦ୍ରାବତୀ ଶାଖା କେନାଲରେ ଫୋପାଡ଼ି ଦେଇଥିବା ସନ୍ଧେହ କରାଯାଉଛି।

Comments are closed.