କୂଅରୁ ୩ ମୃତଦେହ ଉଦ୍ଧାର

ଭୋପାଳ : ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ଏକ ଗାଁ କୂଅରୁ ରବିବାର ଦିନ ଦୁଇ ନାବାଳିକା ଭଉଣୀ ଏବଂ ସେମାନଙ୍କର ଜଣେ ସମ୍ପର୍କୀୟଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଅତିରିକ୍ତ ପୁଲିସ ଅଧୀକ୍ଷକ ସମୀର ଯାଦବ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସୋନକେଡା ଗ୍ରାମରେ ଥିବା ଏକ କୂଅରେ ତିନିଟି ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଟି ମୃତଦେହକୁ ବାହାର କରିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ ଏବଂ ସେମାନଙ୍କ ସମ୍ପର୍କୀୟ ଅଛନ୍ତି, ଯାହାର ବୟସ ଛଅରୁ ଆଠ ବର୍ଷ ମଧ୍ୟରେ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛି। ଘଟଣାର ତଦନ୍ତ ଚାଲିଥିବା ନେଇ ପୁଲିସ ସୂଚନା ଦେଇଛି।