ଅଗ୍ନିକାଣ୍ଡରେ ୨ଟି ଚଣା ଗଦା, ଗୋଟିଏ ପାଳଗଦା ଜଳିଗଲା

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ଭଗାମୁଣ୍ଡା ଓ ସଙ୍କୁଲେଇ ଭଳି ଦୁଇଟି ପୃଥକ ପୃଥକ ସ୍ଥାନରେ ରବିବାର ଅଗ୍ନିକାଣ୍ଡ ଘଟି ୨ଟି ଚଣାଗଦା ଏବଂ ଗୋଟିଏ ପାଳଗଦା ଜଳିଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଭଗାମୁଣ୍ଡାରେ ଅଳିଆଗଦାରୁ ଅଗ୍ନିକାଣ୍ଡ ଘଟି ବିନୋଦ ବେହେରାଙ୍କ ଗୋଟିଏ ପାଳଗଦା ଜଳିଯାଇଥିବା ଜଣାପଡିଛି। ଅନ୍ୟପଟେ ଶଙ୍କୁଲେଇ ଗ୍ରାମରେ ଇଲେକ୍ଟ୍ରି ଜମ୍ପରରେ କାଉ ଲାଗିଯିବାରୁ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଲଳିତ ନାଏକ ଏବଂ ଶୁସାନ୍ତ ଭୋକ୍ତାଙ୍କ ଗୋଟିଏ ଲେଖାଏଁ ଚଣାଗଦା ଜଲିଯାଇଥିବା ଜଣାପଡିଛି। ଖବର ପାଇ ହରଭଙ୍ଗା ଦମକଳବାହିନୀ ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିବା ଜଣାପଡିଛି।

Comments are closed.