ରିଲିଜ୍‌ ହେଲା ଅଭିଷେକଙ୍କ ‘ଦି ବିଗ୍ ବୁଲ୍‌’‌ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦି ବିଗ୍ ବୁଲ୍‌’ର‌ ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି। ୩ ମିନିଟ ୮ ସେ​କେଣ୍ଡର ଏହି ଟ୍ରେଲର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଚଳଚ୍ଚିତ୍ରରେ ଅଭିଷେକଙ୍କ ଲୁକ୍‌ ଓ ଠାଣିକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ଅଭିଷେକ ଏଥିରେ ଷ୍ଟକବ୍ରୋକର ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌ ସାମ୍ବାଦିକା ଅବତାରରେ ନଜର ଆସିଛନ୍ତି।

କୁକି ଗୁଲାଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ହର୍ଷଦ ମେହେଟ୍ଟା ଷ୍ଟକ୍ ମାର୍କେଟ ସ୍କାମ ଉପରେ ଆଧାରିତ। ଅଭିଷେକ ବଚ୍ଚନ ଓ ଅଜୟ ଦେବଗନ ଟ୍ରେଲରକୁ ନିଜ ସୋସିଆଲ ମିଡିଓ ଆକାଉଣ୍ଟରେ ଶେୟାର କରିଛନ୍ତି। ଅଜୟ ହେଉଛନ୍ତି ଫିଲ୍ମର ଅନ୍ୟତମ ନିର୍ମାତା। ‘ଦି ବିଗ୍ ବୁଲ୍’ ଏପ୍ରିଲ୍ ୮ ତାରିଖରେ ଡିଜନୀ ପ୍ଲସ୍‌ ହଟଷ୍ଟାରରେ ରିଲିଜ୍‌ ହେବ।

Comments are closed.