ଭାଲୁକୁ ଘେରିଗଲେ ସହରୀ କୁକୁର

ନୀଳଗିରି: କଥାରେ କୁହାଯାଏ ଆପନେ ଗଲି ମେ କୁତା ଭି ସେର ହୋତା ହେ। ଯିଏ ଯେତେ ବଳବାନ ହୋଇଥାଉ ନା କାହିଁକି, କୁକୁର କିନ୍ତୁ ନିଜ ଗଳି ଭିତରେ ତାର ପରାକାଷ୍ଠା ଦେଖାଇ ଥାଏ। ଏଭଳି ଏକ ଅନୁରୂପ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ସହରରେ। କିଛିଦିନ ତଳେ ନୀଳଗିରି ସହର ଭିତରେ ଭାଲୁ ମାନେ ଖୁଲମ ଖୁଲା ବିଚରଣ କରୁଥିବା ଦେଖି ବାକୁ ମିଳିଥିଲା। କିନ୍ତୁ ବୁଧବାର ମଧ୍ୟରାତିରେ ଏକ ବିଶାଳ ଭାଲୁ ସହରର ମେଡିକାଲ ରୋଡ଼ରେ ଅବାଧରେ ଚାଲିଥିବା ଦେଖିବାକୁ ମିଳିଛି।

ଏହି ଭାଲୁଟି ସ୍ଥାନୀୟ ସ୍ବର୍ଣ୍ଣଚୂଡ଼ ପାହାଡ଼ ରୁ ଖସି ଆସି ଖାଦ୍ୟ ଅନ୍ୱେଷଣରେ କଚେରୀ ବଜାର ଦୁର୍ଗାମଣ୍ଡପ ପାଖରେ ଚାଲୁଥିବା ସମୟରେ କେତେକ କୁକୁର ତାକୁ ଘେରି ଯାଇଥିଲେ। ଭାଲୁଟି ଭୟଭୀତ ଅବସ୍ଥାରେ ମେଡିକାଲ ରୋଡ଼ରେ ଦୌଡ ପଳାଇ ଉପଜିଲ୍ଲାପାଳଙ୍କ ଅଫିସ ପରିସରକୁ ଗଳି ଯାଇଥିଲା। କୁହାଯାଇପାରେ ଯେ, ନୀଳଗିରି ସହରରେ ବୁଲା କୁକୁର ନଥିଲେ ଭାଲୁମାନେ ଗାଈଗୋରୁଙ୍କ ଭଳି ସହରର ଜନ ଗହଳି ସ୍ଥାନରେ ବିଚରଣ କରିବା ଥୟ।

Comments are closed.