ବିବାଦରେ ‘ଦି ଆକ୍‍ସିଡେଣ୍ଟାଲ ପ୍ରାଇମମିନିଷ୍ଟର’ ; ଚୁପ ରହିଲେ ମନମୋହନ ସିଂହ

0

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉପରେ ଆଧାରିତ ଚଳଚ୍ଚିତ୍ର ଦି ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର ଟେଲର ମୁକ୍ତିଲାଭ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। କଂଗ୍ରେସ ଏହି ଚଳଚ୍ଚିତ୍ରକୁ ନେଇ ବିଜେପିକୁ କଡା ସମାଲୋଚନା କରିଥିବା ବେଳେ କିଛି ବିଜେପି ନେତା ଏହି ଚଳଚ୍ଚିତ୍ର ଟେଲର ଟୁଇଟରରେ ସେୟାର କରିଛନ୍ତି। ଶୁକ୍ରବାର ଏହି ଚଳଚ୍ଚିତ୍ରକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହକୁ ପ୍ରଶ୍ନ କରାଯିବାରୁ ସେ କିଛି ନକହି ପଳାଇଯାଇଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ ଏହି ଚଳଚ୍ଚିତ୍ରରେ ଅଭିନେତା ଅନୁପମ ଖେର ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିବେ। ମନମୋହନ ସିଂହଙ୍କ ମଡିଆ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ବାସୁଙ୍କ ପୁସ୍ତକ କାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ୨୦୦୪-୨୦୧୪ ମସିହା ପର୍ଯ୍ୟନ୍ତ ମନମୋହନ ସିଂହଙ୍କ କାର୍ଯ୍ୟାକାଳ ଉପରେ ଚଳଚ୍ଚିତ୍ରର କାହାଣୀ ଗତିଶୀଳ। ୟୁଟ୍ୟୁବରେ ଚଳଚ୍ଚିତ୍ର ଟେଲରକୁ ଦର୍ଶକ ଖୁବ ପସନ୍ଦ କରିଥିବା ଦେଖିବାକୁ ମିଳୁଛି। ସେହିପରି ମହାରାଷ୍ଟ୍ର ଯୁବ କଂଗ୍ରେସ ଅଧ୍ୟକ୍ଷ ସତ୍ୟଜିତ ତାମ୍ବେ ଚଳଚ୍ଚିତ୍ର ବିରୋଧରେ କୋର୍ଟ ଯିବା ପାଇଁ ଚେତାବନୀ ଦେଇଛନ୍ତି।

Leave A Reply