ମଧ୍ୟପ୍ରଦେଶରେ ‘ଦି ଆକ୍‌ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ମୁକ୍ତିଲାଭ ନିଷେଧ ହୋଇନାହିଁ: କଂଗ୍ରେସ

0

ନୂଆଦିଲ୍ଲୀ,୨8ା୧୨: ବାଲଠାକରେଙ୍କ ଆତ୍ମଜୀବନୀ ଆଧାରିତ ଚଳଚ୍ଚିତ୍ର ପରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମ୍ବନ୍ଧୀୟ ଚଳଚ୍ଚିତ୍ର ‘ଦି ଆକ୍‌ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’କୁ ନେଇ ରାଜନୈତିକ ବିବାଦ ମୁଣ୍ଡଟେକିଛି। ଚଳଚ୍ଚିତ୍ରଟିରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିବା ନେଇ କଂଗ୍ରେସ ଅଭିଯୋଗ ଉଠାଇଛି। କଂଗ୍ରେସ ଶାସନାଧୀନ ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ର ଉପରେ କଟକଣା ଲାଗୁ କରିଥିବା ଖବରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅସ୍ବୀକାର କରାଯାଇଛି। ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ନିଷେଧାଦେଶ ଲାଗୁ ନେଇ କୌଣସି ନିଷ୍ପତ୍ତି ହୋଇ ନ ଥିବା ରାଜ୍ୟ ସରକାରଙ୍କ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟକରି ସୂଚନା ଦିଆଯାଇଛି। ରାଜ୍ୟରେ ଫିଲ୍ମର ମୁକ୍ତିଲାଭ ପ୍ରଦର୍ଶନ ଉପରେ ରାଜ୍ୟସରକାରଙ୍କ ନିଷେଧାଦେଶ ବିଜେପିର ମିଥ୍ୟା ପ୍ରଚାର ବୋଲି କଂଗ୍ରେସ କହିଛି। ମନମୋହନଙ୍କ ପୂର୍ବତନ ଗଣମାଧ୍ୟମ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଦ୍ବାରା ଲିଖିତ ପୁସ୍ତକ ଉପରେ ଆଧାରିତ ଏହି ଚଳଚିତ୍ରରେ ଅଭିନେତା ଅନୁପମ ଖେର ମନମୋହନଙ୍କ ଭୂମିକା ନିର୍ବାହ କରିଛନ୍ତି। ଚଳଚ୍ଚିତ୍ରଟିକୁ ସମର୍ଥନ କରି ଅନୁପମ କହିଛନ୍ତିି ଯଦି ଜାଲିୱାନାବଗ ଘଟଣା ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଏ ତା’ହେଲେ ତାହାର ତଥ୍ୟରେ ମଧ୍ୟ ପରିବର୍ତ୍ତନ ସମ୍ଭବ ନୁହେଁ।

Leave A Reply