ସ୍ୱାଧୀନତାର ୭୫ବର୍ଷରେ ପ୍ରତିଫଳିତ ହେବ ସ୍ୱାଧୀନତା ଆନ୍ଦୋଳନର ଝଲକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ପାଳନ କରିବ ସେତେବେଳେ ଲକ୍ଷ୍ୟ ହାସଲ ପାଇଁ ଅସମ୍ଭବ ମନେ ହେଉଥିବା କେତେକ ପଦକ୍ଷେପର ସଫଳତା ପାଇଁ କଠୋର ନିଷ୍ପତ୍ତି ନେବ। ସେ କହିଛନ୍ତି, ସ୍ୱାଧୀନତାର ୭୫ବର୍ଷ ସମାରୋହରେ ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଏବଂ ସ୍ୱାଧୀନତା ଆନ୍ଦୋଳନର ଝଲକ ସେଥିରେ ପ୍ରତିଫଳିତ ହେବ।

ସ୍ୱାଧୀନତା ଆନ୍ଦୋଳନର ୭୫ ବର୍ଷ ପୂର୍ତ୍ତି ପାଳନ ପାଇଁ ଗଠିତ ରାଷ୍ଟ୍ରୀୟ କମିଟିର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଦେଶବାସୀଙ୍କ ସାହାଯ୍ୟ, ସହଯୋଗ ଓ ଭାରତୀୟ ଚିନ୍ତାଧାରାକୁ ନେଇ ଏହି ସମାରୋହ ପାଳନ କରାଯିବ। ୧୩୦ କୋଟି ଦେଶବାସୀଙ୍କୁ ସାଙ୍ଗରେ ନେଇ ଭାରତ ଏହି ସମାରୋହ ପାଳନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମାରୋହ ଜନଭାଗିଦାରୀ ଆଧାରରେ କରାଯିବ। ୧୩୦ କୋଟି ଭାରତୀୟ ୫ଟି ବିଭାଗରେ ସେମାନଙ୍କ ମତାମତ ପଠାଇବେ। ସ୍ୱାଧୀନତା ସଂଗ୍ରାମ, ୭୫ ବର୍ଷର ଚିନ୍ତାଧାରା, ୭୫ ବର୍ଷର ସଫଳତା, ୭୫ ବର୍ଷରେ ନିଆଯାଇଥିବା ପଦକ୍ଷେପ ଏବଂ ୭୫ ବର୍ଷରେ ଏହାର ସମାଧାନ ଆଧାରରେ ଦେଶବାସୀ ମତାମତ ପଠାଇବେ।

Comments are closed.