୨୦୨୨ ଫିଫା ବିଶ୍ବକପ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ

କ୍ବାଲାଲାମ୍ପପୁର: ଫିଫା ବିଶ୍ବକପ-୨୦୨୨ ଯୋଗ୍ୟତା ପର୍ୟ୍ୟାୟ ଓ ୨୦୨୩ ଏସିଆନ କପ୍ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚ ଆସନ୍ତା ମାର୍ଚ୍ଚରେ ଖେଳାଯିବା ନେଇ କାର୍ୟ୍ୟସୂଚୀ ପ୍ରକାଶ ପାଇଥିଲା। କରୋନା ମହାମାରୀ ପାଇଁ ଉକ୍ତ ମ୍ୟାଚକୁ ଆସନ୍ତା ଜୁନ୍ ମାସ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି। ଏସିଆନ ଫୁଟବଲ କନ୍ଫେଡେରେସନ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ଯେ, ୨୦୨୨ ଫିଫା ବିଶ୍ବକପ ଯୋଗ୍ୟତା ପର୍ୟ୍ୟାୟ ଏସିଆର ଅବଶିଷ୍ଟ ମ୍ୟାଚ ମାର୍ଚ୍ଚରେ ଖେଳାଯିବାର ଥିଲା। ସାଉଦିଆରବ, ଅଷ୍ଟ୍ରେଲିଆ ଓ ଜାପାନରେ କରୋନା ମହାମାରୀ ପ୍ରକୋପ ବୃଦ୍ଧି ପାଉଥିବାରୁ ଫିଫା ଓ ଏଏଫ୍ସି ପକ୍ଷରୁ ୨୦୨୨୨ ବିଶ୍ବକପ ଓ ୨୦୨୩ ଏସିଆନ କପ୍ ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚକୁ ମିଳିତ ଭାବେ ସ୍ଥଗିତ ରଖାଯାଇଛି।
ଫିଫା କ୍ୟାଲେଣ୍ଡର ଅନୁଯାୟୀ ୨୦୨୨ ଫିଫା ବିଶ୍ବକପ ଯୋଗ୍ୟତାପର୍ୟ୍ୟାୟ ମ୍ୟାଚ ମାର୍ଚ୍ଚ ୨୨ରୁ ୩୦ ପର୍ୟ୍ୟନ୍ତ ଓ ମେ ୩୧ରୁ ଜୁନ୍ ୧୫ ପର୍ୟ୍ୟନ୍ତ ଏଏଫ୍ସି ଏସିଆନ କପ୍ ଯୋଗ୍ୟତାପର୍ୟ୍ୟାୟ ମ୍ୟାଚ ଖେଳାଯିବାର ଥିଲା। ଫିଫା ବିଶ୍ବକପ ଯୋଗ୍ୟତା ପର୍ୟ୍ୟାୟର ଭାରତ ଗ୍ରୁପ-ଇ ରେ ସ୍ଥାନ ପାଇଥିବାବେଳେ ଦ୍ବିତୀୟ ରାଉଣ୍ଡରେ ୩ଟି ମ୍ୟାଚ ଖେଳିବାର କାର୍ୟ୍ୟକ୍ରମ ରହିଛି। ସେଥିମଧ୍ୟରୁ ୨ଟି ମ୍ୟାଚ କାତାର ଓ ଆଫଗାନିସ୍ତାନ ସହ ଘରୋଇ ପଡ଼ିଆରେ ଓ ବାଂଲାଦେଶ ସହିତ ବାହାରେ ଖେଳିବାର ଥିଲା। କାତାର ବିପକ୍ଷ ମ୍ୟାଚ ଭୁବନେଶ୍ବରରର କଳିଙ୍ଗ ଷ୍ଟାଡ଼ିୟମରେ ମାର୍ଚ୍ଚ ୨୨େର ଖେଳାଯିବାର କାର୍ୟ୍ୟସୂଚୀ ରହିଥିଲା।