ଥରୁର୍‍ଙ୍କ ଜାମିନ ଆବେଦନ ରାୟ ସଂରକ୍ଷିତ

0

ନୂଆଦିଲ୍ଲୀ : ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଅଭିଯୁକ୍ତ ଥିବା କଂଗ୍ରେସ ସାଂସଦ ଶଶି ଥରୁର୍‍ଙ୍କ ଆଗୁଆ ଜାମିନ ଆବେଦନ ଉପରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ବୁଧବାର ରାୟ ସଂରକ୍ଷଣ ରଖିଛନ୍ତି। ଗୁରୁବାର ଏହି ରାୟ ପ୍ରକାଶ ପାଇବ। ଥରୁର୍‍ ଦେଶ ଛାଡି ଚାଲିଯିବାର ଆଶଙ୍କା କରି ଦିଲ୍ଲୀ ପୁଲିସ ତାଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା। ଏହି ମାମଲାରେ ଥରୁର୍‍ ଏକମାତ୍ର ଅଭିଯୁକ୍ତ ଥିବା ବେଳେ ବୈବାହିକ କ୍ରୂରତା ଏବଂ ଆତ୍ମହତ୍ୟା ପାଇଁ ସୁନନ୍ଦାଙ୍କୁ ବାଧ୍ୟ କରିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି। କାହାରିକୁ ଗିରଫ ନ କରି ପୁଲିସ ଅଭିଯୋଗ ଫର୍ଦ ଦାଖଲ କରିଥିବାରୁ ଥରୁର୍‍ ଯେକୌଣସି ମୁହୂର୍ତ୍ତରେ ଗିରଫ ହେବା ଆଶଙ୍କା କରି ଅନ୍ତରୀଣ ସୁରକ୍ଷା ପାଇଁ ମଙ୍ଗଳବାର ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଥିଲେ।

Leave A Reply