ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରିମକ ମୃତ

ମୁମ୍ବଇ : ମୁମ୍ବଇ ନିକଟ ଥାଣେରେ ଶୁକବ୍ରାର ଏକ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଶୁକ୍ରବାର ସକାଳେ ପାଇଖାନା ଟାଙ୍କିକୁ ସଫା କରିବା ପାଇଁ ୧୧ ଜଣ ଶ୍ରମିକ ପଶିଥିଲେ। ଭିତରେ ବିଷାକ୍ତ ଗ୍ୟାସ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ମୃତ ଶ୍ରମିକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ଅଚେତ ହୋଇପଡିଥିବା ୮ ଶ୍ରମିକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.