ଏହି ଖାସ୍‌ ଦିନରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ‘ଥଲାଇଭି’

ଚେନ୍ନାଇ: କଙ୍ଗନା ରାଣାୱତ ଅଭିନୀତ ତାମିଲନାଡୁର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ର ମୁକ୍ତିଲାଭ ତାରିଖ ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଏକ ମୋଶନ ପୋଷ୍ଟର ଶେୟାର କରି ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରିଛନ୍ତି ନିର୍ମାତା। ଏପ୍ରିଲ ୨୩, ଜୟଲଳିତାଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। କଙ୍ଗନା ମଧ୍ୟ ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏଏଲ୍‌ ବିଜୟ ନିର୍ଦେଶିତ ଏହି ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଭାଗ୍ୟଶ୍ରୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଅରବିନ୍ଦ ସ୍ୱାମୀଙ୍କୁ ଏମଜିଆର ଭୂମିକାରେ ଦେଖିବାକୁ ମିଳିବ। ‘ଥଲାଇଭି’ ପାଇଁ କଙ୍ଗନା ଖୁବ୍‌ ପରିଶ୍ରମ କରିବା ସହ ୨୦ କିଲୋ ଓଜନ ବଢ଼ାଇଥିଲେ।

Comments are closed.