ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା – ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ

ଠାକୁରମୁଣ୍ଡା – ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା । ଅଭିଯୁକ୍ତ ଆସାମୀ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି । ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତର ଛେରାଟାଙ୍ଗର ଗାଁରେ ଶମ୍ଭୁ ଲୋହାର ନାମକ ଜୈନେକ ବୃଦ୍ଧଙ୍କୁ ବୁଧବାର ସକାଳେ  ଘର ବାରଣ୍ଡାରେ ବସି ମୁଢ଼ି ଖାଉଥିବା ବେଳେ ସେହି ଗ୍ରାମର କାଣ୍ଡେ ଜାମୁଦା (୨୩) ନାମକ ଜୈନେକ ବର୍ଷିଆ ଯୁବକ ଏକ ଟାଙ୍ଗିଆରେ ଅତି ନୃଶଂସ ଭାବେ ହାଣି ହତ୍ୟା କରିଛି l

ଏହାପରେ ଅଭିଯୁକ୍ତ ଠାକୁରମୁଣ୍ଡା ଥାନାରେ ଆତ୍ମ ସମର୍ପଣ କରିଥିଲା l ତେବେ ଘଟଣା ସମ୍ପର୍କରେ ଠାକୁରମୁଣ୍ଡା ପୋଲିସ ଜାଣିବା ପରେ କେସ୍ ନଂ ୩୭/୨୦୨୨ରେ ଏକ ମୋକଦ୍ଦମା ରୁଜ୍ଜୁ କରି ଆସାମୀକୁ ଗିରଫ କରିଛି । ଅଧିକ ତଦନ୍ତ ପାଇଁ ବାରିପଦା ରୁ ସାଇଣ୍ଟିଫିକ ଟିମ୍ ର ସହାୟତା ନେଇଛି ପୁଲିସ l

Comments are closed.