MEllora 950×100

ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ; ବାର୍‍ହା ମାଂସ ଜବତ ଜଣେ ଗିରଫ

ଠାକୁରମୁଣ୍ଡା : ପୁଣି ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ,ଶିକାର କରି ଫେରିବା ବେଳେ ଶିକାରୀ ସହିତ ବାର୍‍ହା ମାଂସ ଜବତ ଜଣେ ଗିରଫ। ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳ ଗୋଡଭଙ୍ଗା ଫରେଷ୍ଟ ସେକ୍ସନ ଅଞ୍ଚଳରୁ। ଶିମିଳିପାଳ ସଂଲଗ୍ନ ଜଙ୍ଗଲର। ଆଜି ଜୈନେକ ଶିକାରୀ ତରଡିହା ନାଳବନ୍ଧ ନିକଟରୁ ଶୀକାର କରି ୪.୫୦୦ କି.ଗ୍ରା. ବାରହା ମାଂସ ନେଇ ଆସୁଥିବା ଜଣେ ଶିକାରୀକୁ ବନବିଭାଗ ମାଡ଼ି ବସିଥିଲା।
ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ସାତକୋଶିଆ ବନବିଭାଗର ବନାଞ୍ଚଳ ଅଧିକାରୀ ରବିନ୍ଦ୍ରନାଥ ମହାନ୍ତଙ୍କ ନେତୃତ୍ୱରେ ବନପାଳ ବିଜୟ କୁମାର ମହାନ୍ତ, ଗିରିଜା ନନ୍ଦନ ଦଳେଇ, ବନରକ୍ଷୀ ସମୀର ମହାନ୍ତ,ସନତ ମହାନ୍ତ, ଯୋଗେଶ୍ୱର କୁଲଡି ଓ ବ୍ୟାଘ୍ର ସୁରକ୍ଷାବଳ କର୍ମକର୍ତ୍ତାଙ୍କ ସହିତ ପେଟ୍ରୋଲିଙ୍ଗ୍ କରୁଥିବା ସମୟରେ ଗୋଡଭଙ୍ଗା ଗ୍ରାମର ତରଡିହା ନାଳବନ୍ଧ ନିକଟରେ ସାତକୋଶିଆ ଗ୍ରାମପଞ୍ଚାୟତ ଅଧୀନ ଦେଓଝରଣ ଗ୍ରାମର ରାଉତ ଖୁଣ୍ଟିଆକୁ ଧରିବାକୁ ସକ୍ଷମ ହୋଇ ଥିବା ବେଳେ ଅନ୍ୟ ମାନେ ଚକମା ଦେଇ ଖସି ଯାଇଛନ୍ତି। ତେବେ ଗିରଫ ଶିକାରୀକୁ ଓଡିଶା ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁସାରେ କୋର୍ଟ ଚାଲାଣ କରାଯିବା ସହିତ ଅନ୍ୟ ଶିକାରୀ ମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରଖିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।ତେବେ ଗତ ଏକ ମାସ ମଧ୍ୟରେ ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦ ଦେଶରେ ୧୦ରୁ ଅଧିକ ଶିକାରୀକୁ ବନବିଭାଗ ଗିରଫ କରି ସାରିଥିଲା ବେଳେ ବର୍ତ୍ତମାନ ଶିକାରୀ ମାନେ ଖୁଲା ଚାଲେଞ୍ଜ ଦେଇ ବନଜନ୍ତୁ ଶିକାର କରୁଥିବାରୁ ବନବିଭାଗ ନାକେ ଦମ ହେଲାଣି ।  ଶିମିଳିପାଳ ଅଭୟାରଣ୍ୟର ବନ୍ୟଜନ୍ତୁର ସୁରକ୍ଷା କରିବା ଦିଗରେ ବନବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଜରୁରୀ ହୋଇପଡିଛି।

Comments are closed.