ସ୍ତ୍ରୀର ମୁଣ୍ଡ କାଟି ମାଟିରେ ପୋତିଲା ନୃଶଂସ ସ୍ୱାମୀ, ଥାନାରେ ଆତ୍ମସମର୍ପଣ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀର ବେକରୁକୁ କଟୁରିରେ କାଟି ହତ୍ୟା କରିଛି ସ୍ୱାମୀ। ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ଗ୍ରାମର ରାଜେନ୍ଦ୍ର ମହାକୁଡ଼ ତାର ସ୍ତ୍ରୀ ପ୍ରତିମାକୁ ନିଜ ଘର ଭିତରେ ଏକ କଟୁରି ନେଇ ବେକରୁ ମୁଣ୍ଡକୁ କାଟି ମୁଣ୍ଡ ଓ ଗଣ୍ଡିକୁ ଅଲଗା କରି ଦେଇଛି। ହତ୍ୟା କରିବା ପରେ ମୁଣ୍ଡକୁ ତାଙ୍କ ଘର ଛେଳି ଗୁହାଳ ଭିତରେ ମାଟି ଖୋଳି ପୋତି ଦେଇଥିବା ବେଳେ ହତ୍ୟାକାଣ୍ଡ ସ୍ଥଳରେ ଘର ଭିତରେ ମୁଣ୍ଡ ବିହୀନ ଦେହ ପଡି ରହିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ହତ୍ୟାକାରୀ ରାଜେନ୍ଦ୍ର କଟୁରି ସହ ଠାକୁରମୁଣ୍ଡା ଥାନାରେ ଆତ୍ମସମର୍ପଣ କରିଛି। ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ ମାମଲା ରୁଜ୍ଜୁ କରି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଜଣା ପଡ଼ିନାହିଁ। ହତ୍ୟାକାଣ୍ଡସ୍ଥଳକୁ ତଦନ୍ତ କରିବାକୁ ସାଇଣ୍ଟିଫିକ ଟିମ ଆସୁଥିବା ଜଣାପଡିଛି।

Comments are closed.