ଉଡ଼ାଯାତ୍ରା ପୂର୍ବରୁ ସଫେଇ କଲେ ସରପଞ୍ଚ ଓ ସ୍ୱେଚ୍ଛାସେବୀ

ଠାକୁରମୁଣ୍ଡା: ଠାକୁରମୁଣ୍ଡାରେ ପ୍ରସିଦ୍ଧ ଉଡ଼ାଯାତ୍ରା ପଣା ସଂକ୍ରାନ୍ତିରେ ଅନୁଷ୍ଠିତ ହେବ । ଉଡ଼ାଯାତ୍ରାରେ ହଜାର ହଜାର ଜନ ସମାଗମ ହେବାକୁ ଦୃଷ୍ଟିରେ ରଖି ବଜାରରେ ଥିବା ଷ୍ଟିଟ୍ ଲାଇଟ୍ ଗୁଡିକ ସଜଡା ଯାଉଛି। ଏହା ଦୃଷ୍ଟିରେ ରଖି ଠାକୁରମୁଣ୍ଡା ସରପଞ୍ଚ ଆଲୋକ ଦଙ୍ଗ ଓ ସମିତି ସଭ୍ୟ ଅଜୟ ପଲେଇ ସାଥୀ ସହଯୋଗୀ ସ୍ବେଛାସେବୀଙ୍କୁ ନେଇ ବ୍ୟାପକ ସଫେଇ ଅଭିଯାନ କରିଛନ୍ତି । ଠାକୁରମୁଣ୍ଡା ବଜାର ହନୁମାନ ଛକରୁ ଆରମ୍ଭ କରି ବାସୁଳି ମନ୍ଦିର, ବଜାର ଆଦି ପରିସ୍କାର କରିଛନ୍ତି । ସରପଞ୍ଚ ଓ ସମିତି ସଭ୍ୟଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଲୋକ ଖୁବ ପ୍ରଶଂସା କରିଛନ୍ତି । ସଫେଇ ସହିତ ସାଙ୍ଗରେ ଟ୍ରାକ୍ଟର ନେଇ ମଇଳା ଅନ୍ୟତ୍ର ପକାଯାଇଛି । ତାଙ୍କର ଉଦ୍ୟମକୁ ସ୍ଥାନୀୟ ଲୋକ ଏବଂ ସ୍ବେଛାସେବୀ ଆଗ୍ରହର ସହିତ ସହଯୋଗ କରିଥିବାରୁ ଉଭୟ ସାଧୁବାଦ ଜଣାଇଛନ୍ତି । ତେବେ ଆଗାମୀ ଦିନରେ ରାସ୍ତା, ଘାଟ, ଦୋକାନ ସାମ୍ନାରେ ଅଳିଆ ନକରି ସ୍ୱଛତା ରକ୍ଷା କରିବେ ବୋଲି ସେ ଆଶା ପୋଷଣ କରିଛନ୍ତି ।

Comments are closed.