ଠାକୁରମୁଣ୍ଡା ଅଞ୍ଚଳରେ ମକର ମେଳା ପାଇଁ ଲାଗିଲା କଟକଣା

ଠାକୁରମୁଣ୍ଡା : କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମକର ସଂକ୍ରାନ୍ତି ଅବସରରେ କରଞ୍ଜିଆ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପାଳନ ହେବାକୁ ଥିବା ମକର ମେଳା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଏନେଇ କରଞ୍ଜିଆ ଉପଜିଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ନିର୍ଦେଶ ଜାରି କରି ମେଳା ସ୍ଥାନ ଗୁଡିକରେ ୧୪୪ ଧାରା ଜାରି କରିଛନ୍ତି। କୌଣସି ମହୋତ୍ସବ, ପବିତ୍ର ବୈତରଣୀ ନଦୀ ଭୀମକୁଣ୍ଡରେ ବୁଡ ପକାଇବା, ନଦୀ, ପୋଖରୀ, ଆଦି ସ୍ଥାନରେ ଭିଡ ଜମାଇ ବୁଡ଼ ପକାଇବା ଓ ଜନ ସମାଗମ ନ କରାଯିବାକୁ କୁହାଯାଇଛି।

 

କେବଳ ପରମ୍ପରା ରକ୍ଷା କରାଯିବାକୁ ମେଳା ସ୍ଥାନ ଗୁଡିକରେ ପୂଜକ ଓ କମ ଲୋକଙ୍କୁ ନେଇ ପୂଜାର୍ଚ୍ଚନା କରାଯିବ। ନିଜ ନିଜ ଘରମାନଙ୍କରେ ଲୋକେ କୋଭିଡ ନିୟମ ଅନୁଯାୟୀ ପୂଜା କରିବାକୁ ପରାମର୍ଶ ଦିଆଯାଇଛି। ନିୟମର ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକଣା ଲାଗିବା ପରେ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ବିଶେଷ ଭାବରେ ମକର ମେଳା ପାଳନ ହେଉଥିବା ଭୀମକୁଣ୍ଡ, ବୈରଵକୁଣ୍ଡ, ଯମଦ୍ବାରି ସହିତ ଅନ୍ୟାନ୍ୟ ଛୋଟ ଛୋଟ ସ୍ଥାନରେ ମକର ମେଳା ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Comments are closed.