ବାହୁଡିଲେ ହାତୀପଲ, ଚାଷୀ ଆଶ୍ବସ୍ଥ

ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ କେନ୍ଦୁଝର ଜିଲ୍ଲା ସୀମାଦେଇ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ପଶି ଆସିଥିବା ୨୬ ଟିକିଆ ହାତୀ ପଲ ୧୦ ଦିନ ପରେ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳ ରୁ କେନ୍ଦୁଝର ଜିଲ୍ଲାକୁ ଫେରି ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ପଡ଼ିଆବେଡା ଫୋରେଷ୍ଟ ବିଟ ଅଞ୍ଚଳ ଭୀମକୁଣ୍ଡ ନିକଟ ମାରାଙ୍ଗ ବୁରୁ ଘାଟରେ ବୈତରଣୀ ନଦୀରେ ହାତୀ ପଲ ଗାଧୋଇ ପାଣି ପିଇବା ପରେ ତେଲନଦୀ ଅତିକ୍ରମ କରି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳକୁ ଚାଲିଯାଇଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀ ପଲ ଫେରିଯାଇଥିବା ଶୁଣି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଆଶ୍ୱସ୍ଥ ହୋଇଛନ୍ତି। ୨୬ ଟିକିଆ ହାତୀପଲ ୧୦ ଦିନ ମଧ୍ୟରେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବୋରିଂ, ଆମ୍ବବେଡା, ଅନ୍ଧାରିଖମଣ, ପଡ଼ିଆବେଡା, ଗୌରୀଗଦା, ତାଳପଦା ପ୍ରଭୁତି ଗ୍ରାମ ଗୁଡିକରେ ପଶି ଲୋକଙ୍କ ଘର ଭାଙ୍ଗିବା ସହିତ ଘର ବାଡ଼ିରେ ଲଗାଇଥିବା ଫଳ ଗଛକୁ ଭାଙ୍ଗି ନଷ୍ଟ କରି ଦେଇଥିଲେ। ସେହିପରି ଅନେକ ଚାଷୀଙ୍କ ବ୍ୟାପକ ଧାନ ଫସଲକୁ ଖାଇ ନଷ୍ଟ କରି ଦେଇଥିଲେ। ବନ ନିଭାଗ ଓ ସ୍ଥାନୀୟ ଲୋକେ ହାତୀ ପଲଙ୍କୁ ଘଉଡ଼ାଇ ବାକୁ ୧୦ ଦିନ ଧରି ଉଦ୍ୟମ ଜାରି ରଖିଥିଲ। ହାତୀ ପଲଙ୍କ ଉପସ୍ତିତି ଯୋଗୁଁ ଲୋକେ ଆଶଙ୍କା ଭିତରେ ଥିବା ବେଳେ ହାତୀ ପଲ ଏହି ରେଞ୍ଜରୁ ଫେରି ଯାଇଥିବା ଖବର ଲୋକଙ୍କୁ ଆଶ୍ବସ୍ଥି ଦେଇଛି।

Comments are closed.