ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଦୁଇ ଗୁରୁତର

ଠାକୁରମୁଣ୍ଡା: ମର୍ମନ୍ତୁଦ ସଡକ ଦୁର୍ଘଟଣା, ସିମେଣ୍ଟ ବୋଝେଇ ଟ୍ରକ ଓଲଟି ଡ୍ରାଇଭର ଏବଂ ହେଲ୍ପର ଗୁରୁତର। ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ଘାଟିରେ। ଆଜି ସଂଧ୍ୟା ପ୍ରାୟ ୫ଟା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଉକ୍ତ ଘାଟିରେ ଓଲଟି ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଘଷିପୁରା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡ଼ିଛି। ଟ୍ରକଟି ଟାଟାରୁ ସିମେଣ୍ଟ ବୋଝେଇ କରି ଭଦ୍ରକ ଯାଉଥିବା ବେଳେ ଗୋଡଭଙ୍ଗା ଘାଟି ନିକଟରେ ଦୁର୍ଘଟଣା ଘଟିଛି। ତେବେ ଏଠାରେ କୌଣସି କାରଣରୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଏହାର କାରଣ ଖୋଜି ସମାଧାନ ନ କଲେ ଆଗାମୀ ଦିନରେ ଅନେକ ଧନ ଜୀବନ କ୍ଷତି ହେବା ଘଟଣାକୁ ଏଡାଇ ଦିଆଯାଇ ନପାରେ। ତେଣୁ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ଦାବି ହେଉଛି।

Comments are closed.