ମନରେଗା ମଜୁରୀ ନପାଇ ପାରମ୍ପରିକ ନୃତ୍ୟ ସହ ବ୍ଲକ ଆଗରେ ଧାରଣା

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ପରିସର ପାଲଟିଲା ହାଣ୍ଡିଆ ଭାଟି ଏବଂ ପାରମ୍ପରିକ ନୃତ୍ୟର ଆଖଡା ସହ ପ୍ରତିବାଦ ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ ଦେଢ଼ ବର୍ଷ ହେଲାଣି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ମଜୁରୀ ମିଳିନି।ସେଥିପାଇଁ ମିରିଗିନୋଡ଼ିର ଶତାଧିକ ପଞ୍ଚାୟତ ବାସୀ ସୋମବାର ଏକରାଲିରେ ଆସି କରଞ୍ଜିଆ ପଞ୍ଚାୟତ ସମିତି ଘେରାଉ କରି ଦାବି କରିଛନ୍ତି ,କି ସେମାନଙ୍କୁ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ତାଙ୍କର ମଜୁରୀ ଟଙ୍କା ପାଇ ନ ଥିବାରୁ ଆଜି ଅଭିନବ ଉପାୟରେ ପତିବାଦ କରିଛନ୍ତି ପଞ୍ଚାୟତ ବାସୀ ।ବିଭିନ୍ୟ ସମୟରେ ବ୍ଲକକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା ତାଙ୍କର ପ୍ରାପ୍ୟ ଟଙ୍କା ମିଳୁନ ଥିବା ଅଭିଯୋଗ ହୋଇଛି।

ଗ୍ରାମପଞ୍ଚାୟତରେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟହେବ ମଜୁରୀ ଟଙ୍କା ବକେୟା ପଡିଛି ଯାହା ବର୍ତ୍ତମାନ ସୁଦ୍ଧା ମିଳିନଥିବାରୁ ସୋମବାର ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ମିରିଗିନୋଡ଼ି ଗ୍ରାମର ଶତାଧିକ ଗ୍ରାମବାସୀ ଏ ନେଇ ଆଜି ଦିନ ୨ ଟା ସମୟରୁ ବ୍ଳକ ସମ୍ମୁଖରେ ଖଟ ପଟିଆ ପକାଇ ପ୍ରତିବାଦ କରିବା ସହିତ ଆଦିବାସୀ ପାରମ୍ପରିକ ନାଚଗୀତ ସହିତ ହାଣ୍ଡିଆ ,ରୋଶି ବ୍ଲକ ଗେଟ ସମ୍ମୁଖରେ ପିଉଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସେହିପରି ତାଙ୍କ ଦାବି ପୂରଣ ନ ହେବା ପର୍ୟ୍ୟନ୍ତ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

Comments are closed.