ଜଙ୍ଗଲରୁ ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର – ହତ୍ୟା ସନ୍ଦେହ

ଠାକୁରମୁଣ୍ଡା (ନି.ପ୍ର) ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଜଙ୍ଗଲରୁ ଅଜଣା ଯୁବତୀଙ୍କ ମୃତ ଦେହ ଠାବ। ପ୍ରାଥମିକ ତଦନ୍ତରୁ ଏହା ହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି । କେହି ଦୁର୍ବୁତ୍ତ ଯୁବତୀଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ହତ୍ୟାକାରୀ ଚପଲ ପଡ଼ିଥିବା ସ୍ଥାନରୁ ଯୁବତୀଙ୍କୁ ଘୋଷାରି ନେଇ ୫୦ ଫୁଟ ଦୂରରେ ଫିଙ୍ଗି ଦେଇଛି । ମୃତ ଯୁବତୀଙ୍କ ବେକରେ ଦାଗ ରହିଛି । ଘଟଣାସ୍ଥଳରେ ଅତିରିକ୍ତ ଏସ.ପି ମନରୋଞ୍ଜନ ବିଶ୍ବାଳ ମୟୂରଭଞ୍ଜ, କରଞ୍ଜିଆ ଏସଡ଼ିପିଓ ସୁଦର୍ଶନ ଗାଙ୍ଗଇ ଏବଂ ଠାକୁରମୁଣ୍ଡା ଥାନାଧିକାରିଣୀ ପ୍ରେମଦା ନାୟକ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯୁବତୀଙ୍କ ବୟସ ୨୩ ରୁ ୨୫ ବର୍ଷମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି ତେବେ ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଠାକୁରମୁଣ୍ଡା ଥାନା କେସ ନଂ ୦୨ /୨୦୨୨ ରେ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡାକ୍ତରଖାନ ପଠାଇ ଥିବା ଜଣାପଡିଛି।

Comments are closed.