ଚାଲିଚାଲି ଆସିଲେ ୩୫ ଶ୍ରମିକ

ଠାକୁରମୁଣ୍ଡା: ଲକ ଡାଉନ ଯୋଗୁଁ ଦୂରଦୂରାନ୍ତରେ ରହି କାମ କରୁଥିବା ଶ୍ରମିକ ମାନଙ୍କର ସମସ୍ୟା ବଢିଯାଇଥିବା ବେଳେ ଅନେକ ଶ୍ରମିକ ଭୋକ ଉପାସ ରହି ଶେଷରେ ନିଜ ଘର ମାନଙ୍କୁ ଫେରିବାର ଖବର ମିଳୁଥିବା ବେଳେ କରଞ୍ଜିଆ ଉପଖଣ୍ଡ ଅଞ୍ଚଳର କେତକ ଶ୍ରମିକ ଚାଲିଚାଲି ପ୍ରାୟ୧୦୦ କିମି ଦୂରରୁ ଆସି ନିଜ ନିଜ ଘର ମାନଙ୍କୁ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି।

ଦେଶରେ ଲକଡାଉନ ଯୋଗୁଁ ଯାନବାହନ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଏହି ସମସ୍ୟା ଉପୁଜିଛି। ଠାକୁରମୁଣ୍ଡା ଓ କରଞ୍ଜିଆ ବ୍ଲକ ଅଞ୍ଚଳର ୩୫ ଜଣ ପୁରୁଷ ଓ ମହିଳା ଶ୍ରମିକ କୁଆଖିଆ ଅଞ୍ଚଳରୁ ଆସି କେନ୍ଦୁଝର ଜିଲା ଆନନ୍ଦପୁର ନିକଟ ବାମ୍ଫଡି ଛକ ନିକଟରେ ପହଞ୍ଚିବା ଖବର ପାଇ ଆନନ୍ଦପୁର ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ଷଡ଼ଙ୍ଗୀ ସ୍କୁଲ ରଖି ଥିବାବେଳେ ଆଉ ଅନେକ ଶ୍ରମିକ ଚାଲିଚାଲି ଠାକୁରମୁଣ୍ଡା ନିକଟ ଚମକପୁର ନିକଟରେ ପହଞ୍ଚିଥିଲେ ପରେ ସେମାନେ ଏକ ଗାଡିରେ ତାଙ୍କ ଘର ନିକଟରେ ପହଞ୍ଚି ଥିବାର ଜଣାଯାଇଛି।

Comments are closed.