ସାତକୋଶିଆ ବନାଞ୍ଚଳରେ ପକ୍ଷୀ ଗଣନା

ଠାକୁରମୁଣ୍ଡା : କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନାଞ୍ଚଳରେ ପକ୍ଷୀ ଗଣନା ହୋଇଛି। ଏହି ଅଞ୍ଚଳରେ ଥିବା ୩ଟି ସ୍ଥାନରେ ଗଣନା କରାଯାଇଛି। ଏ ନେଇ ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ ସୂଚନା ଦେଇଛନ୍ତି। ପକ୍ଷୀ ଗଣନା କାର୍ୟ୍ୟ କରିବା ପାଇଁ ବନବିଭାଗ ପକ୍ଷରୁ ୩ଟି ଟିମ ଗଠନ କରାଯାଇ ଗୋଡଭଙ୍ଗା ତରଡ଼ିଆ ବନ୍ଧ ଓ ଶାଳନ୍ଦୀ ନଦୀର ସାତବେଢ଼ି ଠାରେ ୨ଟି ସ୍ଥାନରେ ଏହି ଗଣନା କରାଯାଇଛି।

ଗଣନାରେ ମୋଟ ୧୪/୧୫ ପ୍ରକାରର ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି। ଵିଶେଷ କରି ଗେଣ୍ଡାଳିଅ, ହଂସରାଳି, ପାଣିକୁଆ, କଜଳପାତି, ଶୁଆ ଚଢେଇ ଅଧିକ ସଂଖ୍ୟାରେ ଦେଖା ଯାଇଥିବାର ଜଣାପଡିଛି। ଶୁକ୍ରବାର ସୁଦ୍ଧା ମୋଟ ୧୦୩୦ ପକ୍ଷୀ ଥିବାର ଆକୋଳନ କରାଯାଇଛି। ଗତବର୍ଷ ପକ୍ଷୀ ଗଣନା ରେ ୯୭୬ଟି ପକ୍ଷୀ ଥିବାର ବନବିଭାଗ ଆକୋଳନ କରିଥିଲା। ଶୁକ୍ରବାର ବର୍ଷା ଯୋଗୁ ଗଣନା କାର୍ଯ୍ୟ ବନ୍ଦ ରହିଛି। ଗଣନା କାର୍ଯ୍ୟରେ ଫୋରେଷ୍ଟର କେଦାରନାଥ ବାରିକ,ଫୋରେଷ୍ଟ ଗାର୍ଡ ସମୀର ମହାନ୍ତି, ଯୋଗେଶ୍ୱର କୁଡି ,ନଳିନୀ ମହାନ୍ତ, ଲୋକନାଥ ରାଉତ,ଆଶିଷ ବେହେରା,ମକ୍ରଧଜ ନାୟକ,ଗଦାଧର ବେହେରା ସମେତ ଟିପିଏଫ କର୍ମକର୍ତ୍ତା ମାନେ ସାମିଲଥିଲେ।

Comments are closed.